ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଚରପାଲି ଗ୍ରାମ ପଞ୍ଚାୟତ ଠାରେ କରୋନା ଟିକା କରଣ ପାଇଁ ବିଜେପି ଯୁବମୋର୍ଚା ପକ୍ଷରୁ ଏସଡିଏମଓଙ୍କ ପାଖରେ ଆବେଦନ କରିଥିଲେ । ଆଜି ପଦ୍ମପୁର ବ୍ଳକ ଚାରପାଲି ଗ୍ରାମପଞ୍ଚାୟତ ଲମ୍ବାରଜୁନା ଠାରେ କୋଭିଡ ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେପି ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତା ଉପସ୍ଥିତ ରହି ଟୀକା ନେବା ପାଇଁ ଆସିଥିବା ପଂଚାୟତ ର ଜନସାଧାରଣ ଙ୍କୁ ଉତ୍ସାହିତ କରିବା ସହ ସହଯୋଗ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଲଷ୍ମୀକାନ୍ତ ବରିହା,ବରିକେଳ ମଣ୍ଡଳ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜୀବ ବୁଦ୍ଧିଆ, ମଣ୍ଡଳ ଉପସଭାପତି ବେଦପ୍ରକାଶ ବିଶ୍ୱାଳ, ଭିକାରୀ ଗଡତିଆ ,ରବୀନ୍ଦ୍ର ସୁନା, ଭାସ୍କର ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.