ଭୁବନେଶ୍ୱର, : ନ୍ୟାସନାଲ ଏଗ୍ରିକଲ୍ଚରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ନାଫେଡ୍) ଦ୍ୱାରା ଓଡ଼ିଶାରେ ସଂଗଠିତ ୬୭ଟି କୃଷକ ଉତ୍ପାଦକ ସଂଘ (ଏଫପିଓ) ମଧ୍ୟରୁ ୨୫ଟି ଏଫପିଓର ବିକାଶ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦିଆଯାଇଛି ।
ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ଠାରେ ଶନିବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନାଫେଡ୍ର ଆଂଚଳିକ ମୁଖ୍ୟ ଶ୍ରୀମତି ଭବ୍ୟା ଆନନ୍ଦ ଏହା ପ୍ରକାଶ କରିଛନ୍ତି ।
ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସହକାରିତା ସମ୍ମିଳନୀର ସିଧା ପ୍ରସାରଣ ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା । ଏହି ସମ୍ମିଳନୀରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଉଦବୋଧନ ଦେଇଥିଲେ । ଏଫ୍ପିଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଶ୍ରୀମତି ଆନନ୍ଦ କହିଥିଲେ ଯେ ସୋଆକୁ ଓଡ଼ିଶାରେ ଏଫପିଓ ଗୁଡ଼ିକର ବିକାଶ ନିମନ୍ତେ ଏକ କ୍ଲଷ୍ଟର ବେସ୍ଡ ବିଜିନେସ୍ ଅର୍ଗାନାଇଜେସନ୍ ଭାବେ ମନୋନୀତ କରାଯାଇଛି ।
ସରକାର ୧୦,୦୦୦ ନୂଆ ଏଫପିଓ ଗୁଡ଼ିକୁ ସଂଗଠିତ କରି ପ୍ରତି ଏଫପିଓକୁ ବର୍ଷକୁ ୫ ଲକ୍ଷ ଟଙ୍କା ହିସାବରେ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବାର ଯୋଜନା ରହିଛି । ୩୦୦ କୃଷକ ଏକ ସମତଳ ଅଂଚଳରେ ଏକତ୍ର ହୋଇ ଏଫପିଓ ଗଠନ କରିପାରିବେ ବୋଲି ସେ କହିଛନ୍ତି । ଡାଲି ଏବଂ ତୈଳବୀଜ କିଣିବା ପାଇଁ ନାଫେଡ୍ ଓଡ଼ିଶାରେ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରୁଛି ।
ଅନ୍ୟମାନଙ୍କ ମଧ୍ୟରେ କୃଷି ବିଶେଷଜ୍ଞ ତଥା ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆର ପ୍ରୋ ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ପି. କେ. ନନ୍ଦ, ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଏବଂ ଆଇଏଏସ୍ ଡିନ୍ (ପିଜି ଷ୍ଟଡିଜ୍) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.