ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍ଭାନ୍ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟର ।” ଏଥିରେ ୧୦୦ ରୁ ଉଦ୍ଧ୍ୱର୍ ଏକାଡେମିକ୍, ରିସର୍ଚ୍ଚ ସ୍କଲାର୍ସ ଏବଂ ଶିଳ୍ପ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।
ଶନିବାର ଦିନ ଶେଷ ହୋଇଥିବା ଏହି ସମ୍ମିଳନୀ ନୂତନ ସାମଗ୍ରୀ ଏବଂ ଏହାର ବ୍ୟବହାର ସହିତ ଥର୍ମାଲ୍ ଇଞ୍ଜିନିୟରିଂ, ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟି୍ରଆଲ୍ ଇଞ୍ଜିନିୟରିଂ ଏବଂ ରୀନ୍ୟୁଆଲ୍ ଏନର୍ଜି ରିସର୍ଚ୍ଚ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ଓ ଏକାଡେମୀ ଏବଂ ଶିଳ୍ପକୁ ଏକତ୍ରିତ କରିବା ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ଏହି ସମ୍ମିଳନୀର କନ୍ଭେନର୍ ଡ. ପ୍ରେମାନନ୍ଦ ପ୍ରଧାନ କହିଛନ୍ତି ।
ଆମେ ବିଶ୍ୱର ବିଭିନ୍ନ ଦେଶରୁ ୧୫୬ ଟି ଗୁଣାତ୍ମକ ଗବେଷଣା ସନ୍ଦର୍ଭ ପାଇବା ସହିତ ସେଥିରୁ ୧୦୫ଟି କୁ ଉପସ୍ଥାପନା ଓ ଉତମ ପ୍ରକାଶନ ପାଇଁ ଗ୍ରହଣ କରିଛୁ ବୋଲି ଡ. ପ୍ରଧାନ କହିଛନ୍ତି ।
ଆମେରିକାର ଭର୍ଜିନିଆ ଟେକ୍ର ପ୍ରଫେସର ଡେଭିସ୍ ସ୍କଟ୍ ସିଙ୍କ ମୁଖ୍ୟ ବକ୍ତାଭାବେ ଏହି ସମ୍ମିଳନୀ ଯୋଗ ଦେବା ସହିତ ଲାର୍ଜ ସ୍କେଲ୍ ଏଂଟରପ୍ରାଇଜେସ୍ ଟ୍ରାନ୍ସଫର୍ମେସନ୍ ଏବଂ ଶିଳ୍ପାୟନରେ ପୋଷ୍ଟ ପାଣ୍ଡାମିକ୍ ପରିସ୍ଥିତିରେ ଯୁବପିଢ଼ି କିପରି ନିଜର ଦକ୍ଷତା ବିକାଶ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ।
ଆମେରିକାର ପିଟ୍ସବର୍ଗ ୟୁନିଭର୍ସିଟିର ପ୍ରଫେସର ବୋପାୟା ବିଡାଣ୍ଡା ଅନିଶ୍ଚିତତା ଏବଂ ବିଭ୍ରାନ୍ତିକର ଅବସ୍ଥାରେ କର୍ପୋରେଟ୍ ସ୍ଥିରତା କିପରି ବଜାୟ ରହିପାରିବ ସେ ନେଇ ଏହି ସମ୍ମିଳନୀରେ ଆଲୋଚନା କରିଥିଲେ ।
ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆ ପ୍ରୋ- ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ପି.କେ. ନନ୍ଦ, ସୋଆର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଆର୍. ପି. ମହାନ୍ତି ଓ ବ୍ଲୁ ଡୋମ୍ ଇଂଟେଲିଜେନ୍ସର ନିଦେ୍ର୍ଧଶକ ଡ. ଅମୀୟ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।
ନରୱେର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ପ୍ରଫେସର ଏ . ରୋଲ୍ଷ୍ଟାଡାସ୍, ଆର୍ୟଲାଣ୍ଡର ଆଇରିସ୍ ଏକାଡେମି ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଜିମ୍ ବ୍ରାଉନ, ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରର ଡ. ଦିବାନିକ ରାୟ, ଅରୁଣାଂଚଳ ପ୍ରଦେଶ ନିଟ୍ର ନିଦେ୍ର୍ଧଶକ ଡ. ପିଙ୍କେଶ୍ୱର ମହନ୍ତ, ଇସ୍ରୋର ଶ୍ରୀ ଶ୍ରୀଧର ପାଣିଗ୍ରାହୀ ଏବଂ ସିଏସ୍ଆଇଆର୍ ନ୍ୟାସ୍ନାଲ୍ ଏରୋସ୍ପେସ୍ ଲାବୋରେଟୋରିସ୍ ଡ. ପ୍ରଦୀପ କୁମାର ସାହୁ ଅନ୍ୟ ନିମନ୍ତ୍ରିତବକ୍ତାମାନଙ୍କ ମଧ୍ୟରେ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post