ପଦ୍ମପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ହେଲ୍ପ ଡେସ୍କ କାର୍ଯ୍ୟକ୍ରମ ।

0

ପଦ୍ମପୁର(ଶାସକ ପ୍ରଶାସକ)-ଦ୍ବିତୀୟ ପର୍ଯ୍ୟୟ ର ପ୍ରଥମ ଦିନରେ +୨ ଏବଂ+୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମଲେଖାଇବା କୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପଦ୍ମପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ,ପଦ୍ମପୁର ଠାରେ ହେଲ୍ପ ଡେସ୍କ ର ଆୟୋଜନ କରାଯାଇଥିଲା । ନୂତନ ଭାବେ ନାମଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ଓ ତାଙ୍କ ଅବିଭାବକ ଙ୍କ ହାତ କୁ ସାନିଟାଇଜ୍ କରିବା ସହ ମାସ୍କ ଓ ଡଟ୍ ପେନ୍ ଦିଆଯାଇଥିଲା ଓ ସରକାରଙ୍କ କୋଭିଡ୍ ନିୟମ ମାନିବାକୁ ଅନୁରୋଧ କରାଯାଇଥିଲା ଏବଂ ନାମଲେଖା ସମ୍ବନ୍ଧୀୟ ସମସ୍ୟା ର ସମାଧାନ ପାଇ ବିଜୁ ଛାତ୍ର ଜନତା ଦଳ ତରଫରୁ ସହଯୋଗ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ଉପ-ସଭାପତି ନୀଲାମ୍ବର ଦୀପ୍, ରାଜାବୋଡ଼ାସମ୍ବର ବ୍ଲକ୍ ସଭାପତି ଲୋକନାଥ ମେହେର ,ଉପ-ସଭାପତି ରାଜେଶ କୁମାର ଲୋହାର,ସୋନୁ ସେଠ୍,ଦୀପକ ମେହେର,ରାହୁଲ ପଟେଲ,ରାମକୃଷ୍ଣ ଭୋଇ,ଆଶିଷ ସାହୁ,ଦୁଷ୍ମନ୍ତ କୁମ୍ଭାର,ଦେବାଶିଷ ବାରିକ,ସୁଦର୍ଶନ ଜଗତ,ରାକେଶ ସାହୁ,ରାଜ ରିତିକ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଭିଭାବକ ମାନେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.