ପ୍ରାକୃତିକ ଦୁର୍ବିପାକର କ୍ଷତିପୂରଣ ଦାବିରେ ଚାଷୀଙ୍କ ତହସିଲ ଅଫିସ ଘେରାଉ ।

0

ବରଗଡ଼ : ମୁହଁରେ ମାକ୍ସ ହାତରେ ପ୍ଲାଗ କାର୍ଡ ଓ କାନ୍ଧରେ ନଙ୍ଗଳ ଧରି ପ୍ରାକୃତି ଦୁର୍ବିପାକର କ୍ଷତିପୂରଣ ମାଗୁଛି ଚାଷୀ । ମରୁଡି ପରେ ବନ୍ୟା ,ପ୍ରାକୃତିକ ଦୁର୍ବିପାକରେ ଚାଷୀର ଧାନ ଫସଲ ନଷ୍ଟ । କ୍ଷତି ପୁରଣ ଦାବୀରେ ରାଜ ରାସ୍ଥାରେ ଚାଷୀ । ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ତଥା ଚିର ମରୁଡି ପ୍ରପିଡିତ ଅଂଚଳ । ଏଠାକାର ଚାଷୀ ବର୍ଷା ଜଳ ଉପରେ ଭରସା କରି ଧାନ ଚାଷ କରିଥାନ୍ତି । ଚଳିତ ଖରିଫ ଋତୁରେ ଜୁନ ମାସରେ କିଛି ପରିମାଣ ବର୍ଷା ହେବାରୁ ଚାଷୀ ଚାଷ କାମ ଆରମ୍ଭ କରିଥିଲା । ହେଲେ ଜୁଲାଇ ଓ ଅଗଷ୍ଟ ମାସରେ ଧିରେ ଧିରେ ବର୍ଷାର ମାତ୍ରା କମିବାରେ ଲାଗିଲା , ତଲି ଧାନ ତଲିରେ ରହିଲା ଓ ବେଉଷଣ ମଧ୍ୟ ହୋଇ ପାରିଲା ନାହିଁ ।ପାଣୀ ଅଭାବରୁ ମାଟି ଫାଟି ଆଁ କଳା ଓ ଧାନ ଗଛ ଗୁଡିକ ନାଲି ରଙ୍ଗର ହୋଇ ପଚିବାକୁ ଲାଗିଲାଣୀ । ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସେପ୍ଟେମ୍ବର ମାସର ଲଘୁଚାପ ବନ୍ୟାର ରୁପ ନେଲା ଓ ବନ୍ୟା ଜଳରେ ଚାଷୀଙ୍କ ବିଳ ଦିନ ଦିନ ପୁଡି ରହିଲା । ଯାହା କିଛି ଧାନ ବଂଚି ରହିଥିଲା ତାହା ମଧ୍ୟ ବନ୍ୟା ଯୋଗୁଁ ନଷ୍ଟ ହୋଇଗଲା । ଏହି ସବୁ ପ୍ରାକୃତିକ ଦୁର୍ବିପାକର କ୍ଷତି ପୂରଣ ତଥା ପାଇକମାଲ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, କୃଷି ଋଣ ଛାଡ ଓ ଜଳସେଚନର ବ୍ୟବସ୍ଥା କରିବା ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ନଅ ଦଫା ଦାବୀ ନେଇ ପାଇକମାଲ ତହସିଲ ଅଫିସ ଘେରାଉ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପାଇକମାଲ ତହସିଲଦାର ମନୋଜ କୁମାର ମେହେରଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.