ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶେଷରେ କ୍ୟାଣ୍ଡେଲ ଜାଳି ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ସମସ୍ତ ସାମ୍ବାଦିକ।
ଅରିନ୍ଦମ ଖବର ସଂଗ୍ରହ କରିବାକୁଯାଇ ଦୁଃସାହସିକ କାର୍ଯ୍ୟ କରି ନିଜେ ଖବର ପାଲଟି ଯାଇଥିଲେ ସତ । କିନ୍ତୁ ଯୁବ ସାମ୍ବାଦିକଙ୍କ ପାଇଁ ଏକ ସନ୍ଦେଶ ଦେଇ ଯାଇଛନ୍ତି। ଏଭଳି ଦୁଖଃଦ ସମୟରେ ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ , ରାଜ୍ୟ ସରକାର ମଧ୍ୟ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି ଗଜପତି ଜିଲ୍ଲା ସାମ୍ବାଦିକ।
ଆୟୋଜିତ ଏହି ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢ଼ୀ , ବସନ୍ତ ପଣ୍ଡା , ରାମଗୋବିନ୍ଦ ଆଚାର୍ଯ୍ୟ , ସନ୍ତୋଷ ପଟ୍ଟନାୟକ , ସୁଜିତ ବିଷୋୟୀ , ଦିଲୀପ ଶତପଥୀ , ନାଗେଶ୍ଵର ମହାପାତ୍ର , ଗିରିଧାରୀ ପରିଚ୍ଛା , ପ୍ରଭାତ ପାତ୍ର , ଜିତେନ୍ଦ୍ର ବାରିକ , ଅମିତ୍ ପଟ୍ଟନାୟକ , ଗଣେଶ ରାଜୁ , ସିତାନାଥ ପଣ୍ଡା , ଋଷି , ଲୋକନାଥ ପଣ୍ଡା , ଡମ୍ବୁରୁ ଧର ପଲାଇ , ବାଦଲ ବର୍ଦ୍ଧନ , ବିଜୟ ଗୌଡ଼ , ହରିହର ପଟ୍ଟନାୟକ , ସନ୍ତୋଷ ପାଟଯୋଷୀ , ବାଳକୃଷ୍ଣ ପାଣିଗ୍ରାହୀ , ଶ୍ରୀକାନ୍ତ ମହାରଣା , ସରୋଜ ବୀର , ଆଦର୍ଶ ଦାସ ପ୍ରମୁଖ ଶୋକ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.