ବଲାଙ୍ଗୀର/ ନିରୋଜ ମିଶ୍ର – ଶୁଭେନ୍ଦୁ ସାହୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି । ବୁଧବାର ଦିନ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅନୁମୋଦନ କ୍ରମେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛାତ୍ର କଂଗ୍ରେସର ନୂତନ କର୍ମକର୍ତ୍ତା ତାଲିକା ପ୍ରକାଶ ପାଇଛି । ଏହି ଅବସରରେ ନବ ମନୋନୀତ ସଭାପତି ଶୁଭେନ୍ଦୁ ସାହୁ ଏଆଇସିସି ର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏଆଇସିସ ସଦସ୍ୟ ସମରେନ୍ଦ୍ର ମିଶ୍ର, ଏନଏସୟୁଆଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଜ କୁନ୍ଦନ, ଓଡିଶା ପ୍ରଭାରୀ ଅନୁଲେଖା ବୋସା,ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସଂପାଦକ ଅଜିତ ମହାନନ୍ଦ ଓ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତାସହ ଶ୍ରୀ ସାହୁ ଆଗାମୀ ଦିନରେ ସେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.