ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଜି ଅନଲାଇନ ମାଧ୍ୟମରେ ସାଇବର ଆଇନ୍ ସମ୍ୱନ୍ଧିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଡ୍ହକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ଫ।ଷ୍ଟ ଟ୍ରାକ୍) ଶ୍ରୀ ଗଣେଶ୍ୱର ପତି, ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟ୍ରାର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୂପା ଶତପଥି, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରି ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଗୁରୁଚରଣ ଜେନାମଣି, ଡି.ଏସ୍.ପି ଶ୍ରୀ ସୁରେନ୍ଦ୍ର ନାଥ ମୁର୍ମୁ, ସାଇବର ଏକ୍ସପର୍ଟ ଶ୍ରୀ କିରଣ ପାତ୍ର, ବିଭିନ୍ନ ପୋଲିସ ଅଧିକାରୀ, ପେନାଲ ଲୟର, ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ସଂପ୍ରତି ସମାଜରେ ସାଇବର ସମ୍ୱନ୍ଧିତ ଅପରାଧ ବଢିବାରେ ଲାଗିଛି ତେଣୁ ସଚେତନତା ମାଧ୍ୟମରେ ଏହି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ସାଇବର ଅପରାଧ ପାଇଁ ଆବଶ୍ୟକ ସତର୍କତା ଏବଂ ଆଇନରେ ଉଲ୍ଳେଖିତ ଧାରା ଓ ନିୟମ ଇତ୍ୟାଦି ସଂପର୍କରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.