ବରିଷ୍ଠ ସାମ୍ବାଦିକ ସଞ୍ଜୟ ରାଉଳଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ 

0

ବରିଷ୍ଠ ସାମ୍ବାଦିକ ସଞ୍ଜୟ ରାଉଳଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ  

ଶାସକ ପ୍ରଶାସକ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ସୁଶାନ୍ତ ବେହେରା : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ରାଉଳ ଙ୍କ ଦେହାନ୍ତ ହୋଇଯାଇଛି | ଆଜି ସକଳେ 8.30ରେ ସ୍ଥାନୀୟ କୁଆଁର ମୁଣ୍ଡା ସ୍ତିତ ହରିପୁର ଗ୍ରାମ ର ଗୋବିରା ରାସ୍ତା ରେ ଶ୍ରୀ  ରାଉଳ ଓ ତାଙ୍କ ଝିଅ  ସୀମା ରାଉଳ ନିଜ କାର ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଡ଼ମ୍ଫର ସହିତ ପିଟି ହୋଇ ଯିବା ଫଳରେ ଛାତି ଓ ମୁଣ୍ଡ ରେ ମାଡ଼ ହେବା ଦ୍ୱାରା ନିଜ କାର ଭିତରେ ସଞ୍ଜୟ ମୂର୍ତ୍ୟୁ ବରଣ କରିଥିଲେ । ଝିଅ ସୀମାର ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଓ ଛାତି ରେ ମାଡ଼ ହୋଇ ଗୁରୁତର  ଅବସ୍ଥାରେ ଥିବାରୁ ତାଙ୍କୁ ପ୍ରଥମେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଗଲା ଅବସ୍ଥା ଗୁରୁତ୍ୱ ର ଦେଖି ପରେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲ କୁ ସ୍ଥାନ ତାରିତ କରାଯାଇଛି। ସଞ୍ଜୟ ଦୀର୍ଘ ବର୍ଷ ହେଲା ସମାଜ ଖବର କାଗଜରେ ସାମ୍ବାଦିକ ହିସାବରେ କାର୍ଯ୍ୟ କରିଆସୁଥିଲେ। ତାଙ୍କର ମୂର୍ତ୍ୟୁ ଖବର ପ୍ରସାରିତ ହେବାପରେ ରାଉରକେଲା ସାମ୍ବାଦିକ ମାନଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି | ସାମ୍ବାଦିକ ଶ୍ରୀ ରାଉଳଙ୍କୁ ବିୟୋଗରେ ଶାସକ ପ୍ରଶାସକ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ଓ ତାଙ୍କ ଝିଅ ସୀମାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଛି |

Leave A Reply

Your email address will not be published.