Bolangir/ Niroj Mishra : ଜିଲ୍ଲାର ବେସରକାରୀ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ସାଧାରଣ ଲୋକ ବ୍ୟାପକ ହଟହଟା ହେବା ସାର ହେଉଛି। ଏହି ବସଷ୍ଟାଣ୍ଡଟି ଉପରେ ଦୈନିକ ବିଭିନ୍ନ ଅଞ୍ଚଳରୁ ଶହ ଶହ ଯାତ୍ରୀ ନିର୍ଭର କରି ଆସୁଥିବା ବେଳେ ପରିଚାଳନା ଗତ ତ୍ରୁଟି ଓ ପ୍ରଶାସନିକ ଦାଇତ୍ୱର ଅଭାବ ଯୋଗୁଁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଶ୍ରାମଗାରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ସତ୍ୱେ ଲୋକେ ବିଭିନ୍ନ ଦୋକାନ କଡରେ ମୁଣ୍ଡ ଗୁଞ୍ଜି ହଟହଟା ହେବା ସାର ହେଉଛି। ସେହିପରି ବସ ଗୁଡିକ ର ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ ସମସ୍ୟା ସର୍ବଦା ଲାଗି ରହିଛି। ଏବେ ବର୍ଷା ଯୋଗୁଁ ସ୍ଥିତି ଅତ୍ୟନ୍ତ ବେହାଲ ହୋଇପଡିଛି। କାଦୁଅ ସର ହୋଇ ଯାତ୍ରା କରିବା କାଠିକର ପାଠ ହୋଇପଡିଛି। ସ୍ତାନୀୟ ନେତୃ ବୃନ୍ଦ ଓ ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ତୀବ୍ର ଦାବି ପ୍ରକାଶ ପାଉଛି।
Sign in
Sign in
Recover your password.
A password will be e-mailed to you.