ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀଙ୍କ ଦେହାନ୍ତ

0 1

କଲ୍ୟାଣସିଂହପୁର-ପ୍ରଦିପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ରେ ଥିବା ନିୟନଗିରି ପାହାଡ ରେ ବସବାସ କରୁଥିବା ବିରଳ ଡଙ୍ଗରିଆ କନ୍ଧର ବିକାଶ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହିଛି । ଉକ୍ତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ମୋଦନ ମୋହନ ଦଳବେହେରାଙ୍କ ଆଜି ବ୍ରହ୍ମ ପୁର ବଡ ମେଡିକାଲ ଠାରେ ଦେହାନ୍ତ ହୋଇଥିବା ଜଣାପଡିଛି ।ସେ କିଛି ଦିନ ହେବ ଅସୁସ୍ଥ ହେବାରୁ ନିଜ ଗାଁ ପାରଳାଖେମୁଣ୍ଡି କୁ ଯାଇଥିଲେ । ସେଠାରେ ଚିକିତ୍ସା ହେବ ପରେ ତାଙ୍କ ଦେହ ବହୁତ ଖରାପ ହେବଯୋଗୁଁ ବ୍ରହ୍ମ ପୁର ବଡ ମେଡିକାଲ କୁ ପଠାଇଥିଲେ ।ସେହିଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପାହାନ୍ତିଆ ରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।ସେ ଜଣେ ପରପକାରୀ, ଭଦ୍ର ବ୍ୟକ୍ତି ଥିଲେ ।ତାଙ୍କର ଚାକିରୀ କାଳ ଜୀବନରେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ତୁଲାଇଆସୁଥିଲେ ।ସେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରେ ପ୍ରଥମେ କ୍ଷେତ୍ର ପରିଦର୍ଶକ ରହିଥିଲେ ପରେ ପଦ ଉନ୍ନତି ହୋଇ ସ୍ୱତନ୍ତ୍ର ଅଧିକାରୀ ରହିଥିଲେ ।ତାଙ୍କ ର ଦେହାନ୍ତ ହେବା ଖବର ନିୟମଗିରି ବାସୀ ଶୁଣି ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.