ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଆନୁଷ୍ଠାନିକ ଭାବେ ଆଜି ଶ୍ରୀ ମାଝୀଙ୍କୁ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମାଝୀଙ୍କ ଯୋଗଦାନ କୋଟପାଡ ନିର୍ବାଚନମଣ୍ଡଳୀରେ ବିଜେଡିର ସାମର୍ଥ୍ୟ ବୃଦ୍ଧି କରିବା ସହ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡିର ଶକ୍ତି ବୃଦ୍ଧି କରିଛି |
ସୂଚନାଯୋଗ୍ୟ ଯେ କୋଟପାଡ଼ ନିର୍ବାଚନ ମଣ୍ଡଳୀଟି କଂଗ୍ରେସର ଅଭେଦ୍ୟ ଦୁର୍ଗ | ନିଜ ଲୋକ ପ୍ରିୟତା ପାଇଁ ଲଗାତର ରେକର୍ଡ ସଂଖ୍ୟକ ୮ ଥର ଏହି ଆସନରୁ ଜିତି ରେକର୍ଡ କରିଥିଲେ କଂଗ୍ରେସର ବରିଷ୍ଠ ନେତା ବାସୁଦେବ ମାଝୀ । ବାସୁଦେବଙ୍କ ଦେହାନ୍ତ ପରେ ପୁତୁରା ଚନ୍ଦ୍ରଶେଖର ମାଝୀ କଂଗ୍ରେସ ଟିକେଟରେ ଲଢ଼ି ୨୦୧୪ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ କଂଗ୍ରେସର ଗୋଛିକାଟ ରାଜନୀତି ପାଇଁ ମାତ୍ର ଅଳ୍ପ ବ୍ୟବଧାନରେ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲେ ପରଜୟପରେ ତାଙ୍କୁ କୋରାପୁଟ କଂଗ୍ରେସର କୋଣଠେସା କରାଯାଇଥିବା ଅଭିଯୋଗ କରି ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ |ଆଜି ଶ୍ରୀ ମାଝୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ବୋଲି ଶ୍ରୀ ମାଝୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ମଝି ।
ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ସରକାରୀ ବାସଭବନ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନ କୋଟପାଡ ବିଧାୟକ ଥିବା ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝୀ, ସୁବାସ ସିଂହ, ବିଧାୟକ ପ୍ରତାପ ଦେବ, ଚନ୍ଦ୍ରସାରଥୀ ବେହେରା, ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ ଏବଂ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post