କଟକ ଆୟକର ଭବନ ପରିସରରେ ହିନ୍ଦୀ ଦିବସ ପାଳନ

0

ଭୁବନେଶ୍ୱର(ଶାସକ ପ୍ରଶାସକ): ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀ ଦିବସ ଉପଲକ୍ଷେ ଆୟକର ଭବନ, କଟକରେ ଏକ ସଭାର ଆୟୋଜନ କରାଯାଇଥିଲାା ଚଳିତ ମାସରେ ଆରମ୍ଭ ହୋଇଥିବା ହିନ୍ଦୀ ପକ୍ଷ ପାଳନର ଅଂଶସ୍ୱରୂପ ହିନ୍ଦୀ ଭାଷାରେ ପ୍ରବନ୍ଧ ଲିଖନ, ଶୁଦ୍ଧ ହିନ୍ଦୀ ଲିଖନ ଇତ୍ୟାଦି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାା ୧୪ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଏବଂ ମାନପତ୍ର ବଣ୍ଟନ କରାଯାଇଥିଲାା
ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଆୟକର କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରି ହିନ୍ଦୀ ଦିବସର ତାତ୍ପର୍ଯ୍ୟ ଓ ମହନୀୟତା ଉପରେ ବକ୍ତବ୍ୟ ରଖିଥିଲୋ ମୁଖ୍ୟବକ୍ତା ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ଅଧ୍ୟାପିକା ଡ. ଅଞ୍ଜୁମନ୍ ଆରା ଯୋଗଦେଇ ହିନ୍ଦୀ ଭାଷା ବ୍ୟବହାରର ଗୁରୁତ୍ୱ ଓ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲୋ ହିନ୍ଦୀ ଭାଷାର ବହୁଳ ପ୍ରଚାର ଓ ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲୋ
ବିଭାଗୀୟ ହିନ୍ଦୀ ଅଧିକାରୀ ଶ୍ରୀମତୀ ପ୍ରତିମଞ୍ଜରୀ ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିଲୋ ଶ୍ରୀ ଶିବପ୍ରସାଦ ରଥ, ଆୟକର ଇନ୍ସପେକ୍ଟର ହିନ୍ଦୀ ଦିବସର ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲୋ ଶେଷରେ ଆୟକର ନିରୀକ୍ଷକ ଶ୍ରୀମତୀ ରେଖା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.