ରାଧାମୋହନଙ୍କ ସ୍ମୃତିରେ ଜୈବ ବିବଧ ଆମ୍ବ ଉଦ୍ୟାନ ପାଇଁ ଚାରା ରୋପଣର ଶୁଭାରମ୍ଭ

0

ଓଡ଼ଗାଁ /ଶ୍ରୀକାନ୍ତ ମିଶ୍ର : ପଦ୍ମଶ୍ରୀ ପ୍ରଫେସର ସ୍ୱର୍ଗତ ରାଧାମୋହନଙ୍କୁ ଅନ୍ୟନ୍ୟ ଶ୍ରଦ୍ଧାଞ୍ଜଳି ସ୍ୱରୁପ ଆଜି ତାଙ୍କର ସ୍ମୃତି ଉଦେଶ୍ୟରେ ଜୈବ ବିବଧତା ଆମ୍ବ ଉଦ୍ୟାନ ପାଇଁ ଚାରା ରୋପଣ ଶୁଭାରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ କଲେଜର ଦକ୍ଷୀଣ ପାର୍ଶ୍ୱ ତଥା ଓଡ଼ଗାଁ ନୟାଗଡ଼ ମୁଖ୍ୟ ସଡ଼କ କଡ଼ରେ ଭାଲୁ ମୁଣ୍ଡିଆ ପାଦ ଦେଶରେ ଆମ୍ବ ଉଦ୍ୟାନ ପାଇଁ ଚାରା ରୋପଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ସ୍ୱର୍ଗତ ରାଧାମୋହନଙ୍କ କନ୍ୟା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସାବରମତୀ ଯୋଗଦେଇ ଆମ୍ବଚାରା ରୋପଣର ଶୁଭାରମ୍ଭ କରିଥିଲେ । ନୟାଗଡ଼ ଡ଼ିଏଫଓ ଏଚ ଡି ଧନରାଜେଙ୍କ ସହିତ ଓଡ଼ଗାଁ କଲେଜ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ହୋତା, ଜିଲ୍ଲା ପରିଷଦ ସଦସ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ତହସିଲଦାର ବିଜୟୀତା ସାମନ୍ତ ସିଂହାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଆଇଆଇସି ପ୍ରଜ୍ଞାପାରମିତା ଜେନା ପ୍ରମୁଖଙ୍କ ସହିତ ଓଡ଼ଗାଁ ଏନଏସିର ବହୁ ବୁଦ୍ଧିଜିବୀ ଶିକ୍ଷାବିତ ଯୁବକମାନେ ଯୋଗ ଦେଇଥିଲେ ।

ଏହି ଆମ୍ବ ଉଦ୍ୟାନରେ ବିଭିନ୍ନ କିସମର ପ୍ରାୟ ୩୫୦ ରୁ ୪ଶହ ଆମ୍ବ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଆଜି ପ୍ରଥମ ଦିନରେ ୬୫ ଚାରା ରୋପଣ କରାଯାଇଛି । ଏହି ଉଦ୍ୟାନର ରକ୍ଷଣାବେକ୍ଷଣ ଦାୟିତ୍ୱ ବନବିଭାଗ ଉପରେ ନ୍ୟସ୍ତ ଥିବା ବେଳେ ଗଛ ସ୍ୱୟଂ ସମ୍ପୁର୍ଣ୍ଣ ହେବା ପରେ ଓଡ଼ଗାଁ ଏନଏସିକୁ ହସ୍ତାନ୍ତର କରାଯିବ ବୋଲି ବନାଂଚଳ ଅଧିକାରୀ ଓଡ଼ଗାଁ ଅମ୍ରିତକୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.