୧୧ଟି ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

0

ଚମ୍ପୁଆ/ବଡ଼ବିଲ (ଶାସକ ପ୍ରଶାସକ)-ରାଜ୍ୟରେ ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟର ୨୪ଟି ଖଣି ନିଲାମ ହୋଇଥିଲା। ସେଥିରୁ ୧୯ଟି ଖଣି ଲିଜଧାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏବେ ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିମଧ୍ୟରେ ଲୁହାପଥର, ମାଙ୍ଗାନିଜ, ଡୋଲୋମାଇଟ ଓ ବକ୍ସାଇଟ୍‌ ଖଣି ରହିଛି। ନଦୀଡିହି, ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି, ଢୋଲଟାପାହାଡ଼, ନେତ୍ରବନ୍ଧ ଏବଂ ଗନ୍ଧଲପଡ଼ା ଲୁହାପଥର ଖଣି ହୋଇଥିବା ବେଳେ ନଦୀଡିହି ଲୁହାପଥର ଓ ମାଙ୍ଗାନିଜ ଖଣି ଏବଂ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ରହିଛି। ଏଥିସହିତ କାଶିଆ ଲୁହାପଥର ଓ ଡୋଲୋମାଇଟ ବ୍ଲକ ଏବଂ କର୍ଲାପାଟ ବକ୍ସାଇଟ୍‌ ଖଣି ରହିଛି। ଟେଣ୍ଡର ପେପର୍‌ ଦାଖଲର ଶେଷ ତାରିଖ ଅଗଷ୍ଟ ୨୪ ତାରିଖ ଥିଲା। ତେବେ ସେପ୍ଟେମ୍ବର ୧୭ ତାରିଖଠାରୁ ଟେଣ୍ଡର ପେପର ଖୋଲା ହେବା କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.