ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତବାର୍ଷିକ ଉତ୍ସବ ପାଳନ ନିମନ୍ତେ ବୁଦ୍ଧିଜୀବିଙ୍କୁ ନେଇ ବୈଠକ

13


ମାଲକାନଗିରି ତା. ୦୧.୧୧.୨୦୨୬ (ସୁରେନ୍ଦ୍ର କୁମାର ବେମାଳ)
ମାଲକାନଗିରି ସଦର ମହକୁମା ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାଷିକ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୂର୍ବତନ ଛାତ୍ର ସଂଗଠନ, ଓ ଜିଲ୍ଲାର ସମସ୍ତ ବୁଦ୍ଧିଜୀବି ଉପସ୍ଥିତ ରହି ବିଦ୍ୟାଳୟର ଶତବାର୍ଷିକ ଉତ୍ସବ କିପରି ସୁଚାରୁ ରୂପେ ପାଳନ କରା ଯାଇପାରିବ ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା । ବିଶେଷ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ କିପରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସେ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରା ଯାଇଥିଲା । ତତ୍‍ ସହିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ସହ ମହାମହୀମ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲାର ସମସ୍ତ ବୁଦ୍ଧିଜୀବି ମାନେ ଏକତ୍ରୀତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତେ ଚେଷ୍ଟା ଜାରି ରଖିବେ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ଏହି ଉପଲକ୍ଷେ ବରିଷ୍ଠ ସାମ୍ୱାଦିକ ଏ. ଈଶ୍ୱର ରାଓଙ୍କୁ ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆ ଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଠପାଣିଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଛାତ୍ର ସଂଗଠନର କାର୍ଯ୍ୟକାରୀ ସଭାପତି ଅସୀମ ବିଶ୍ୱାସ, ଉପସଭାପତି ସିମାଞ୍ଚଳ ପାଣିଗ୍ରାହି, ଉପଦେଷ୍ଟା ବାଲାରାଜୁ ପାଢ଼ି, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ନିଳକଣ୍ଠ ବେହେରାଙ୍କ ସହ ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ମିଶ୍ର, ବରିଷ୍ଠ ସମାଜସେବୀ ତଥା ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ, ଆଇନଜୀବି ତଥା ବିଜେଡି ମୁଖପାତ୍ର ଗୋପାଳକୃଷ୍ଣ ପଠା, ଗଣେଶ ମଠଳ, ଅରୁଣ ମଜୁମଦାର, ଶିକ୍ଷାବିତ୍‍ ଶିବପ୍ରସାଦ କିର୍ତ୍ତନିଆ, ଶିକ୍ଷାବିତ୍‍ ଜୀବନ କୁମାର ମହାନ୍ତି, ଦୁର୍ଗା ପ୍ରସାଦ ପଟ୍ଟନାୟକ, ଦେବରାଜ ସାହୁଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.