ରାଜବୋଡାସମ୍ବର ବ୍ଲକରେ ସ୍ବଚ୍ଛତା ରଥ ଶୁଭାରମ୍ଭ ।

0

ରାଜବୋଡାସମ୍ବର ବ୍ଲକରେ ସ୍ବଚ୍ଛତା ରଥ ଶୁଭାରମ୍ଭ । 

ପଦ୍ମପୁର/ ନୀଳ ଦୀପ – ବରଗଡ଼ ଜିଲା ରାଜବୋଡାସମ୍ବର ବ୍ଲକର ଗ୍ରାମାଞ୍ଚଳ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସ୍ବଚ୍ଛତା ରଥ ପରିକ୍ରମା ଅଭିଯାନର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଏବିଇଓ ଜୟକୁମାର ସାହୁ ଏବଂ ସବିତା ସାହୁ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ସ୍ବଚ୍ଛତା ରଥ ବିଭିନ୍ନ ପର୍ଯ୍ୟାୟରେ ରାଜବୋଡାସମ୍ବର ବ୍ଲକ ଅଧୀନ ୨୨ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ପାଇଖାନାର ବ୍ୟବହାର, ପରିମଳ ତଥା ପରିବେଶ ସ୍ବଚ୍ଛତା ଏବଂ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ କରାଇବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବଚ୍ଛତା ଅଭିଯାନର ମାଷ୍ଟର ଟ୍ରେନର ମୀନକେତନ ସାହୁ, ସିଆରସିସି ସରୋଜ ଷଡଙ୍ଗୀ, ଜିପିଇଓ ଗିରିନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ଗୋପୀନାଥ କାଲୋ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାରଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଗ୍ରାମ୍ୟ ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରବିନାରାୟଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା

Leave A Reply

Your email address will not be published.