ବିଭିନ୍ନ ଦାବୀ ନେଇ କଂସର ଛକରେ ଚାଷୀଙ୍କ ଆନ୍ଦୋଳନ ଓ ରାସ୍ତାରୋକ । On Jul 21, 2018 14 Share Nila Deep/ Padampur : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ କଂସର ଛକ ଠାରେ ବିଭିନ୍ନ ଦାବୀ ନେଇ ଚାଷୀମାନେ ପଦ୍ମପୁର ଗାଇସିଲାଟ ରାସ୍ତାରୋକ କରିଥିଲେ।ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ହୋଇଥିଲା ।ଚାଷୀ ମାନଙ୍କ ମାନଙ୍କ ମୁଖ୍ୟ ଦାବୀ ଗୁଡିକ ହେଲା ପଦ୍ମପୁର ଗାଇସିଲାଟ ରାସ୍ତାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ କରାଯାଉ,ପଦ୍ମପୁର ଗାଇସିଲାଟ ରାସ୍ତା ପ୍ରସସ୍ଥ କରାଯାଉ,ଫସଲ ବୀମା ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ।ଆନ୍ଦୋଳନ ଝିପି ଝିପି ବର୍ଷା ରେ ଦୀର୍ଘ ସାତ ଘଣ୍ଟା ବିତିବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାର ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଥିଲେ ଏବଂ ଦାବୀ ଗୁଡିକ ଶୁଣିଥିଲେ।ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ଦାବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ କାରୀ ମାନେ ଆନ୍ଦୋଳନ ରୁ ଓହରି ଥିଲେ। 14 Share FacebookTwitterGoogle+ReddItWhatsAppPinterestEmail