ଜାତୀୟ ପୋଷଣ ସପ୍ତାହ କାର୍ଯ୍ୟକ୍ରମ ଓ ପୁଷ୍ଟିଶସ୍ୟ ପୋଷଣ ସଚେତନତା ରଥ ଉଦଘାଟିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ସପ୍ତାହେ ବ୍ୟାପି ଜିଲ୍ଲା ସ୍ତରରେ ସେପ୍ଟେମ୍ବର ୧ ତାରିଖ ଠାରୁ ଜାତୀୟ ପୋଷଣ ସପ୍ତାହ ମିଲେଟ ମିଶନ , କୃଷି ବିଭାଗ ଓ ମିଶନଶକ୍ତିର ମିଳିତ ଆନୁକୂଲ୍ୟରେ ପାଳନ ହେଉଛି। ଏହି ଅବସରରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଓ ୩ ଟି ପୁଷ୍ଟିଶସ୍ଯ ପୋଷଣ ସଚେତନତା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩ ଟି ପୁଷ୍ଟିଶସ୍ଯ ପୋଷଣ ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଯୋଗଦେଇ ଜାତୀୟ ପୋଷଣ ଦିବସର ତାତ୍ପର୍ଯ୍ୟ ଉପରେ କହିବା ସହ ଏହାକୁ ଜିଲ୍ଲାରେ ପ୍ରଚାର ପ୍ରସାର କରିବା ପାଇଁ ୩ଟି ରଥର ଶୁଭାରମ୍ଭ ହୋଇଛି ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କୌଳାଶ ଚନ୍ଦ୍ର ସାମନ୍ତରାୟ, କେଭିକେ ସଂଯୋଜକ ସଂଗ୍ରାମ ପରମଗୁରୁ , ଅତିରିକ୍ତ କୃଷି ଅଧିକାରୀ ଇରାନ୍ୟାସ ପ୍ରଧାନ, ରା.ଉଦୟଗିରି କୃଷି ଅଧିକାରୀ ଏମ୍. ଶ୍ରୀନିବାସ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଏବଂ ମିଲଟ ମିଶନର ସ୍ବରୂପା ନନ୍ଦ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ମାଣ୍ଡିଆ ଜାତୀୟ ଖାଦ୍ୟ ଯଥା ମାଣ୍ଡିଆ , ଜନା, ଶୁଆଁ, କାଙ୍ଗୁ ର ଉପକାରୀତା ଏବଂ ସେଥିରୁ ପ୍ରସ୍ତୁତ ବିସ୍କୁଟ, ଲଡୁ ଏବଂ ବିଭିନ୍ନ ପ୍ରକାର ଏଥିରୁ ପ୍ରସ୍ତୁତ ଖାଦ୍ୟର ବ୍ୟବହାର ଉପରେ ସଚେତନ କରାଯିବା ଏହାର ମୂଳଲକ୍ଷ ବୋଲି କହିଥିଲେ ।

Leave A Reply

Your email address will not be published.