ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫-“ଟି’ ମନ୍ତ୍ରକୁ ଆଧାର କରି ରାଜ୍ୟ ଅର୍ଥ ବିଭାଗ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍.ଏମ୍.ଏସ୍) ଅନ୍ତର୍ଗତ ଇ-ରିସିଟ୍ ଓ ଇ-ବିତରଣ ପ୍ରକ୍ରିୟାରେ ଇ-ଗଭର୍ଣ୍ଣାନ୍ସକୁ ତ୍ୱରାନ୍ୱିତ କରିବା ସହ ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏକାଧିକ ନୂତନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତିା
ଏହି କ୍ରମରେ ପୁନଃସରଳୀକୃତ ଇଲୋକ୍ଟ୍ରୋନିକ୍ ରିସିଟ୍ ବ୍ୟବସ୍ଥା ଇ-ରିସିପଟ ୨.୦ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲୋକସେବା ଭବନରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛିା ଇ-ରିସିପଟ ପ୍ରକ୍ରିୟାରେ ଜନସାଧାରଣ ସେମାନଙ୍କର ସରକାରୀ ଟିକସ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପାଇଁ ନୂତନ ମାଧ୍ୟମ ଯଥା କାର୍ଡ,ୟୁପିଆଇ ଆଇଡି, କୁ୍ୟଆର୍ କୋଡ୍ ଓ ଓ୍ୱାଲେଟ୍ର ପ୍ରଚଳନ କରାଯାଇଛିା ଏଥି ସକାଶେ, ଓଡ଼ିଶା ଟ୍ରେଜେରୀ ପୋର୍ଟାଲ ଇଣ୍ଡିଆନ୍ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କର ପେମେଣ୍ଟ ଗେଟ ୱେ ଯଥା ବିଲ୍ ଡେକ୍ସ ଓ ସିସି ଆଭେନ୍ୟୁର ସେବା ଗ୍ରହଣ କରିଛିା ଏହି ଉପଲକ୍ଷେ ରାଜ୍ୟ ସରକାର ଓ ଉପରୋକ୍ତ ଦୁଇ ଗୋଟି ବ୍ୟାଙ୍କ ମଧ୍ୟରେ ସେବାଭିତ୍ତିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛିା
ଉକ୍ତ କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଅର୍ଥ ବିଭାଗ ଏହି ଇ-ରିସିପଟ ୨.୦ ବ୍ୟବସ୍ଥାରେ ନୂତନ ଭାବେ ଯୋଡ଼ାଯାଇଥିବା ଦେୟ ପ୍ରଦାନର ମାଧ୍ୟମଗୁଡ଼ିକ ଉପରେ ଆଲୋକପାତ କରିଥିଲୋ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଚିବ ଶ୍ରୀ ପ୍ରଦୀପ ଜେନା ଇ-ଗଭର୍ଣ୍ଣାନ୍ସର ପ୍ରଚଳନ ପାଇଁ ଅର୍ଥ ବିଭାଗର ପ୍ରଚେଷ୍ଟା ନେଇ ସନ୍ତୋଷ ବ୍ୟକ୍ତ କରିଥିଲୋ “ମୋ ସରକାର’ର ଲକ୍ଷ୍ୟକୁ ପାଥେୟ କରି, ଇଲେକ୍ଟ୍ରୋନିକ୍ ରିସିଟ୍ ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରି ଜନସାଧାରଣମାନଙ୍କ ପାଖରେ ଉତ୍ତମ ସେବା ପହଞ୍ଚାଇବାରେ ଅର୍ଥ ବିଭାଗର ପ୍ରଚେଷ୍ଟାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭୂୟସୀ ପ୍ରଶଂସା କରିଥିଲୋ
ଏହି ସରକାରୀ କାର୍ଯ୍ୟକ୍ରମରେ ଟ୍ରେଜେରୀ ନିର୍ଦ୍ଦେଶକ ଶ୍ରୀ ରୂପନାରାୟଣ ଦାସ, ଇଣ୍ଡିଆନ୍ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଓ ଅକ୍ସିସ୍ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.
Next Post