ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତର “ମଘାମରା” ଗ୍ରାମରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ମାରାଣାସ୍ତ୍ର ଧିରି ୩ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ମଧ୍ୟ ଲୁହା ଛଡ଼ରେ ବାଡେଇ ଥିବାର ସୂଚନା ମିଳିଛି ।ଏନେଇ ପାଟଣାଗଡ ପୁଲିସକୁ ଖବର ମିଳିବା ପରେ ଘଟଣା ସ୍ଥଳକୁ ପାଟଣାଗଡ଼ ଥାନା ଆଇଆଇସି ଅନନ୍ତ ପଧାନ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିବା ସଙ୍ଗେ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ସରକାରୀ ହସ୍ପିଟାଲକୁ ଆଣିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ସ୍ବାମୀ-ସ୍ତ୍ରୀଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ପରିବାର ଲୋକଙ୍କ ଠୁ ପ୍ରକାଶ! ଏନେଇ ପାଟଣାଗଡ଼ ଥାନାରେ ଏକ ମମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଶ୍ରୀ ପ୍ରଧାନଙ୍କ ଠାରୁ ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post