ସ୍ଥାନୀୟ ଜନସାଧାରଣଙ୍କୁ ସୁସ୍ଥ ରଖିବାକୁ ଆଦିତ୍ୟ ଆଲୁମିନିୟମର ପ୍ରୟାସ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲା ରେଙ୍ଗାଳି ବ୍ଲକ ଜନସାଧାରଣଙ୍କ ସହିତ ନିଜକୁ ସକ୍ରିୟ ଭାବରେ ନିୟୋଜିତ କରିଛି ଏବଂ ସରକାରଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି ।
ସରକାରଙ୍କ ‘ସୁପୋଷଣ’ ପ୍ରକଳ୍ପରେ ପ୍ରତିବଦ୍ଧ ସହଭାଗୀମାନଙ୍କ ମଧ୍ୟରେ ଆଦିତ୍ୟ ଆଲୁମିନିୟମ ଅନ୍ୟତମ ସହଭାଗୀ ହୋଇଛି । ଏହାର ମୋଟାମୋଟି ଲକ୍ଷ୍ୟ ହେଉଛି ରେଙ୍ଗାଳି ବ୍ଲକର ଛଅଟି ଗ୍ରାମ ପଞ୍ଚାୟତର ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସର ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ସେଗୁଡିକର ସକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ।
ଆଦିତ୍ୟ ଆଲୁମିନିୟମର ୟୁନିଟ ହେଡ ଶ୍ରୀ ସମୀର ନାୟକ ଏ ସମ୍ପର୍କରେ ପ୍ରକାଶ କରି କହିଛନ୍ତି, “ସୁପୋଷଣ ଅଭିଯାନ ଜରିଆରେ ଆମେ ଏକ ସଚେତନତା ସୃଷ୍ଟି କରିବାରେ ସମର୍ଥ ହୋଇଛୁ ଯାହା କର୍ମଚାରୀଙ୍କ କଲ୍ୟାଣରେ ବୃଦ୍ଧିଘଟାଇଛି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରି ନାଏକପଡା ଏବଂ ନାରୁପଡା ଆଦି ଆମର ଆଦର୍ଶ ଗ୍ରାମଗୁଡିକରେ ଏହା ପହଞ୍ଚିପାରିଛି । ଆମେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଯାଉଥିବା ମା’, କିଶୋରୀ ବାଳିକା ଏବଂ ସମସ୍ତ ବୟସ ବର୍ଗର ପିଲାଙ୍କ ନିକଟରେ ପହଞ୍ଚୁଛୁ । ଆମେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଯାଉଥିବା ମା’ମାନଙ୍କୁ ପୁଷ୍ଟିସାଧନ କିଟ୍‍ ବଣ୍ଟନ କରିଛୁ, ପୋଷଣ ଅଭିଯାନ ଅଧୀନରେ ସରକାରୀ ପ୍ରୟାସର ଏକ ଅଂଶବିଶେଷ ‘ମୋ ବଗିଚା ଅଭିଯାନ’ ଅନ୍ତର୍ଗତ ଜୀବିକା ମିଶନ (ଓଏଲଏମ)ର ପୋଷଣ ବଗିଚା ସହାୟତାର ସୁଫଳକୁ ଉପଯୋଗ କରିଛୁ ଏବଂ ଘର ପଛପଟେ ଫଳ ବଗିଚା ବିକାଶ ପାଇଁ ଫଳ ଚାରା ଆବଣ୍ଟନ କରିଛୁ ।”
ଏଥିସହିତ ଆଦିତ୍ୟ ଆଲୁମିନିୟମ ଶିଶୁ ବିଶେଷଜ୍ଞଙ୍କ ସୁପାରିଶ ଅନୁଯାୟୀ ପିଲାମାନଙ୍କ ପାଇଁ ମଲ୍‍ଟିଭିଟାମିନ ଯୋଗାଇ ଦେଉଛି । ହର୍ଲିକ୍ସ, ଗୁଡ ଏବଂ ସୋୟା ବଡି ଥିବା ଏକ ପୁଷ୍ଟିସାଧନ କିଟ୍‍ ଯୋଗାଇ ଦିଆଯାଉଛି । କମ୍ପାନୀ ମା’ମାନଙ୍କ ନିକଟରେ ପହଞ୍ଚି ସାଧାରଣ ଉପାଦାନଗୁଡିକୁ ନେଇ କିଭଳି ପୁଷ୍ଟିକର ଭୋଜନ ପ୍ରସ୍ତୁତ କରାଯାଇପାରିବ ଏବଂ ଘରେ ପରଷାଯାଇ ପାରିବ ତାହା ବୁଝାଉଛି । ପ୍ରତ୍ୟେକ ପରିବାରକୁ ରନ୍ଧାଖାଦ୍ୟର ଏକ ଚିଠା ଦିଆଯାଇଛି ଯାହା ସେମାନଙ୍କ ପାଇଁ ସମୁଦାୟ ପ୍ରକ୍ରିୟାକୁ ସହଜ କରିବ । ଅଞ୍ଚଳରେ ଏହି ଦଳ ୩୦ ଜଣ ଅତିମାତ୍ରାରେ କୁପୋଷଣର ଶିକାର ହୋଇଥିବା ଅଙ୍ଗନବାଡି ପିଲାଙ୍କୁ ଦେଖିବାକୁ ପାଇଥିଲେ । ଏହି ପିଲାମାନଙ୍କୁ ସଂପ୍ରତି ସୁସ୍ଥ ହେବା ନିମନ୍ତେ ପରିପୋଷଣ କରାଯାଉଛି । ଏ କ୍ଷେତ୍ରରେ ଅଗ୍ରଗତି ପରିମାପ କରିବାକୁ ସେମାନେ ବଡି ମାସ୍‍ ଇଣ୍ଡେକ୍ସ ସୂଚକାକଙ୍କ ଏବଂ ଆଇସିଡିଏସ୍‍ ସାରଣୀକୁ ବ୍ୟବହାର କରୁଛନ୍ତି, ଯେଉଁଥିରେ ଉଚ୍ଚତା ଓ ବୟସ ଅନୁପାତରେ ନିର୍ଦ୍ଧିଷ୍ଟ ଓଜନ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
ରେଙ୍ଗାଲି ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଲୀଳାବତୀ ନାଗ କହିଛନ୍ତି, “ଏଦିଗରେ ସରକାରୀ ପ୍ରୟାସ ସହିତ କମ୍ପାନୀ ପରିପୂରକ ଭାବରେ କାର୍ଯ୍ୟ କରୁଛି । ଗୋଷ୍ଠୀ ମଧ୍ୟରେ ପୁଷ୍ଟିସାଧନ ବିଷ ଉପରେ ସଚେତନତାର ଘୋର ଅଭାବ କାରଣରୁ ଅପପୁଷ୍ଟି ଏବଂ ରକ୍ତହୀନତା ଭଳି ସମସ୍ୟା ପରିଲକ୍ଷିତ ହେଉଛି । ପରିବାର ସଦସ୍ୟଙ୍କ ଯତ୍ନ ନେଉଥିବା ମହିଳାମାନେ ନିଜେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି ଅଥବା ସେମାନେ ରକ୍ତହୀନତା ଏବଂ ଅପପୁଷ୍ଟିର ମୁକାବିଲା ନିମନ୍ତେ ସେମାନଙ୍କ ନିଜ ଦେହରେ ଲୋହିତ ରକ୍ତ କଣିକାରେ ବୃଦ୍ଧି ଘଟାଇବାକୁ କିଭଳି ପଦକ୍ଷେପ ନେବା ଆବଶ୍ୟକ ସେ ସମ୍ପର୍କରେ ସଂପୂର୍ଣ୍ଣ ଭାବେ ଅଜ୍ଞ ଅଟନ୍ତି ।”
ମାନବ ସମ୍ବଳ ମୁଖ୍ୟ ଡା.ବିବେକାନନ୍ଦ ମିଶ୍ରଙ୍କ କହିବା ଅନୁଯାୟୀ “ସୁପୋଷଣ ପ୍ରକଳ୍ପ ଏସଡିଜି ୨- ଶୂନ୍ୟ କ୍ଷୁଧା, ଏସଡିଜି ୩-ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକାରିତା ଏବଂ ଏସଡିଜି ୫- ଲିଙ୍ଗଗତ ସମାନତା ଆଦି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ଏକ ନିର୍ଣ୍ଣାୟକ ପ୍ରୟାସ ହୋଇଛି । କୋଭିଡ-୧୯ ମହାମାରୀ କାରଣରୁ ଜନସାଧାରଣଙ୍କୁ ଏଥିରେ ନିୟୋଜିତ ରଖିବା ବିଳମ୍ବ ହୋଇଛି, କାରଣ ବୈଠକ ଆୟୋଜନ କରାଯାଇପାରିଲା ନାହିଁ । କିନ୍ତୁ ଖୁବଶୀଘ୍ର ଆଦିତ୍ୟ ଆଲୁମିନିୟମ ଏହାର ମୁଖ୍ୟ ମୁଖ୍ୟ ସହଭାଗରୀଙ୍କ ନିମନ୍ତେ ପରିବର୍ତ୍ତନର ଏକ ବାହକ ଭାବରେ ମୁଖ୍ୟ ସଫଳତାଗୁଡିକ ହାସଲ କରିପାରିବ ।”
ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭିସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କର ଦୂରଦୃଷ୍ଟି ହେଉଛି ସେମାନେ କାର୍ଯ୍ୟ ପରିଚାଳନା କରୁଥିବା ଜନସମୁଦାୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଭାବରେ ଅବଦାନ ରଖିବା । ତାହା କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନଯାପନ ଉପାୟ ନିର୍ମାଣ କରାଯାଇପାରିବ ଏବଂ ତାହା ରାଷ୍ଟ୍ରର ମାନବ ବିକାଶ ସୂଚୀରେ ବୃଦ୍ଧି ଘଟାଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ଟି ଜିଲାର ୧୨୮ଟି ଗ୍ରାମରେ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି ।

Leave A Reply

Your email address will not be published.