ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ମନୋନୀତ ହେଲେ ସଞ୍ଜୟ

0 1

ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗ ସଭା ଗୃହରେ ବ୍ଲକ୍ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ କରାଯାଇଥିଲା।ଉକ୍ତ ସଭାରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ,ବ୍ଲକ୍ ସହକାରୀ କୃଷି ଅଧିକାରୀ ପୂଜା କଅଁର ,ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାୟକ,ବି ଭି ଓ ନରେନ୍ଦ୍ର କୁମାର ବେହେରା,ବ୍ଲକ୍ ବୈଷୟିକ ପରିଚାଳକ ଗଣେଶ ରଞ୍ଜନ ମାର୍ଥା ଙ୍କ ଉପସ୍ଥିତି ରେ ନୂଆଗାଁ ବ୍ଲକ୍ ର ୨୦ ଜଣ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଆତ୍ମା ଅଧ୍ୟକ୍ଷ ଭାବେ ସଞ୍ଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା।ସେହିପରି ଭାବେ ୧୬ ନଂ ଜିଲ୍ଲାପରିଷଦ ଜୋନ୍ ରୁ କଳ୍ପନା ସାହୁ ଏବଂ ୧୭ ନଂ ଜିଲ୍ଲାପରିଷଦ ଜୋନ୍ ରୁ ରାଜ୍ କିଶୋର ପ୍ରଧାନ ଙ୍କୁ ଜିଲ୍ଲା କମିଟି କୁ ମନୋନୀତ କରାଯାଇଥିଲା।

Leave A Reply

Your email address will not be published.