ପଦ୍ମପୁର ଉପଖଣ୍ଡ ରେ ଲାଇଟ ଓ ସାଉଣ୍ଡ କୁ ଅନୁମତି ପ୍ରଦାନ ପାଇଁ ଉପଜିଲ୍ଲାପାଳ ଙ୍କ ଠାରେ ଦାବିପତ୍ର

0 2

ପଦ୍ମପୁର(ଶାସକପ୍ରଶାସକ)- କରୋନା ମହାମାରୀ ଲୋକଙ୍କ ଜୀବନ ଯାପନ ଉପରେ ପ୍ରଭାବ ପକାଇଛି । କରୋନା ଯୋଗୁଁ କିଛି ଲୋକ ବ୍ୟବସାୟ ହରାଇଛନ୍ତି । ଗତ ଦୁଇ ବର୍ଷ ହେଲା ସାରା ଭାରତରେ ଲକଡାଉନ ସଟଡାଉନ ସହିତ ବିଭିନ୍ନ ପ୍ରକାର କଟକଣା ଲାଗି ରହିଛି ଯାହା ଫଳରେ ଗତ ଦୁଇ ବର୍ଷ ହେଲା ଓଡିଶାରେ ମଧ୍ୟ କଟକଣା ମାନ ଲାଗୁ କରାଯାଇଛି ଏଥିରେ ବିଭିନ୍ନ ଲୋକଙ୍କ ଜିବନ ଜୀବିକା ପ୍ରଭାବିତ ହୋଇଛି ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଟେଣ୍ଟ, ଲାଇଟ ଓ ସାଉଣ୍ଡ ବ୍ୟବସାୟୀ । କାହିଁକି ନା ଗତ ଦୁଇ ବର୍ଷରେ ସମସ୍ତ ପର୍ବପର୍ବାଣୀ ଏବଂ ବାହାଘରେ ରେ କଟକଣା ହେତୁ ଲାଇଟ ସାଉଣ୍ଡ ବ୍ୟବସାୟ ପୁରା ବନ୍ଦ ହୋଇଯାଇଛି । ଏବେ ଲାଇଟ ସାଉଣ୍ଡ ମାଲିକଙ୍କ ସହିତ ସେଥିରେ କାମ କରୁଥିବା ଅନେକ କର୍ମଚାରୀ ବେରୋଜଗାର ହୋଇଯାଇଛନ୍ତି । ଏବେ ସରକାର ଧିରେଧିରେ କଟକଣା କୋହଳ କରିଥିବାରୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଇଟ ସାଉଣ୍ଡ ସଂଘ ତରଫରୁ ଚଳିତ ବର୍ଷ ବିଭିନ୍ନ ପୂଜା ପର୍ବରେ ଲାଇଟ ସାଉଣ୍ଡ କୁ ଅନୁମତି ପ୍ରଦାନ ପାଇଁ ଉପଜିଲ୍ଲାପାଳ ଙ୍କ ଠାରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ରାମନାରାୟଣ ଦାସ, ସୁଶିଲ କୁମାର ରଣା, ଉମାକାନ୍ତ ସାହୁ, ନିରଞ୍ଜନ ପଟେଲଙ୍କ ସହିତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.