କୁଚିଣ୍ଡା ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ବିଜେପିର ବିକ୍ଷୋଭ

0 1

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ୭ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ଚଳିତ ବର୍ଷ ମୌସୁମୀ ବର୍ଷା କମ୍ ମାତ୍ରାରେ ହୋଇଛି l ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜମିରେ ଜଳାଭାବ ଦେଖାଦେଇଛି l ଯାହା ଫଳରେ ଅନେକ ଚାଷଜମି ପଡ଼ିଆ ରହିଛି,ବିହୁଡ଼ା କାର୍ଯ୍ୟମଧ୍ୟ ଠିକ ଭାବେ ହୋଇପାରିନାହିଁ l କମ ବର୍ଷା ହେବା ଫଳରେ ଚାଷଜମି ଫାଟି ଆଁ ହୋଇଛି, ଧାନ ଗଛ ଗୁଡିକ ଉଠିପାରି ନାହିଁ ଓ ଧାନ ଗଛ ଗୁଡିକ ନାଲି ହଳଦିଆ ଥିବା ଦେଖିବାକୁ ମିଳିଛି l ଉପଖଣ୍ଡର ୩ଟି ବ୍ଲକ ତଥା କୁଚିଣ୍ଡା,ବାମରା ଓ ଜମନକିରା ବ୍ଲକର ୫୫ଟି ପଞ୍ଚାୟତରେ ମରୁଡ଼ି ପ୍ରଭାବ ଦେଖିବାକୁ ମିଳିଛି l ଅନେକ ଜାଗାରେ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକ ଅଚଳ ହୋଇପଡିଛି l ଓ ମେଗା ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଚାଷୀଙ୍କ କାମରେ ଆସୁନଥିବା ଚାଷୀ କହିଛନ୍ତି l ଏହି ପରିସ୍ଥିତିରେ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରାଯାଇ ଚାଷୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରା ନ ଗଲେ l ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ l ଏଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା, କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଶୀଘ୍ର ସରକାରୀ ମରୁଡ଼ି ସହାୟତାର ବ୍ୟବସ୍ଥା, ଚାଷୀମାନେ ଆଣିଥିବା ଋଣକୁ ସମ୍ପୂର୍ଣ୍ଣ ଛାଡ଼, ବିକଳ୍ପ ଚାଷ ପାଇଁ ବିହନ ଓ ଅନ୍ୟାନ୍ୟ ଚାଷ ଜନିତ ସାହାଯ୍ୟ, ଉଠା ଜଳସେଚନ ପଏଣ୍ଟର ଗୁଡିକର ପୁନରୁଦ୍ଧାର, ଚାଷୀ ମାନଙ୍କର ବିଦ୍ୟୁତ ଶୁକ୍ଳକୁ ସମ୍ପୂର୍ଣ୍ଣ ଛାଡ଼, ମେଗା ଉଠା ଜଳସେଚନ ପ୍ରକଳ୍ପରେ ଆନିକଟ ତିଆରି, ଆବଶ୍ୟକ ମୁତାବକ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ କରାଯାଇଛି l ଏହି ବିକ୍ଷୋଭ ସମାବେଶରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ଉପେନ୍ଦ୍ର ପଟେଲ, ଲିଲିମା କାଲୋ, ମମତା ପଟେଲ, ସୁଶାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ପଟେଲ, ମହେଶ ରାଏ, ଚାଷୀ ଓ ବିଜେପିର କର୍ମକର୍ତ୍ତା ସାମିଲ ଥିଲେ l

Leave A Reply

Your email address will not be published.