ଝାରବନ୍ଧ-ମନୋହର ଦାଶ:ଓଡ଼ିଶା ପୋଲିସ ର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ବରଗଡ଼ ଜିଲ୍ଲାର୫ଜଣ ପୋଲିସ କର୍ମଚାରୀ ରାଉରକେଲା ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମପୁର ର ପୂର୍ବତନ ଏସ.ଡି.ପି.ଓ ତଥା ବର୍ତ୍ତମାନର ସମ୍ବଲପୁର ଉପଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ,ବରପାଲି ଥାନା ଅଧିକାରୀ ରୋଜାଳୀନ ପଟେଲ,ସବଇନିଷ୍ପେକଟର ସୌମ୍ୟକାନ୍ତ ବଳିଆରସିଂ ,ଏ.ଏସ.ଆଇ ଦୀପ୍ତିମୟୀ ମିଶ୍ର,ଡି.ଏ.ଭି କନେଷ୍ଟବଳ ସୁରେନ୍ଦ୍ରକୁମାର ମାଝି ଓ ଶିବପ୍ରଷାଦ ସାହୁ ପୋଲିସ ମହାନିର୍ଦେଶକ ଙ୍କ ଦ୍ବାରା ଡିଜି ପଦକ ପାଇ ପୁରସ୍କୃତ ହୋଇଛନ୍ତି।ରାଉରକେଲା ସିଭିକ ସେଣ୍ଟର ରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ଯୋଗ ଦେଇ ସମସ୍ତଙ୍କୁ ଏହି ପଦକ ଦେଇଥିଲେ।ବରଗଡ଼ ଏସପି ରାହୁଲ ଜୈନ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକରି ନିଜ କର୍ତ୍ତବ୍ୟ ତୁଲାଇବା କୁ ପରାମର୍ଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.