ପାଟଣାଗଡ଼ ଏନ୍ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

0 1

ଐତିହାସିକ ପାଟଣାଗଡ଼ ସୌନ୍ଦର୍ଯ୍ୟ ଓ ଶ୍ରୀବୃଦ୍ଧି କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଅନୁରୋଧ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ):ପାଟଣାଗଡ଼ ଉପଖଣ୍ଡର ସଦର ମହକୁମା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆଜି ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି | ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏନ୍ଏସି ପରିସରରେ ରହିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ସମେତ ସହରର ଗଙ୍ଗାଧର ପାର୍କରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୃତ୍ତିରେ, ହସ୍ପିଟାଲ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ, ରାମଜୀ ଛକରେ ଥିବା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଧୁମାଭଟା ଛକରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକର ଆଦିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଏନ୍ଏସି ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରାଙ୍କ ସମେତ ସମସ୍ତ ବିଭାଗୀୟ କର୍ମକର୍ତ୍ତା ସମେତ ଅଞ୍ଚଳର ବୁଦ୍ଧିଜୀବୀ ସମାଜସେବୀଙ୍କର ଉପସ୍ଥିତି ଦେଖିବାକୁ ମିଳିଛି |

Leave A Reply

Your email address will not be published.