ଡାଃ ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରମ୍ପରିକ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଦକ୍ଷତା କ୍ଷେତ୍ରରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ. ସୀତାପୁର ଗ୍ରାମର ବାସିନ୍ଦା ଡାଃ ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରାଯାଇଛି ।
ଡାଃ ଚରତି ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ ବ୍ୟକ୍ତିତ୍ୱ । ତେଲେଙ୍ଗାନା ସ୍ଥିତ ଏଫଟିସିସିଆଇ ବିଲ୍ଡିଂରେ କେଏଲଏନ: ପ୍ରସାଦ ଅଡିଟୋରିୟମରେ , ଏଚଏମଆରଏଫ ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମରେ ଡାଃ ଚରତିଙ୍କୁ ମାନବିକତା ସ୍ୱାସ୍ଥ୍ୟ ସେବା ଭଳି ଉତ୍କର୍ଷତା କାର୍ଯ୍ୟ ପାଇଁ ଗତ ୨୯ ଅଗଷ୍ଟ ୨୦୨୧ରେ ତେଲେଙ୍ଗାନା ରାଜ୍ୟର କ୍ରୀଡା ମନ୍ତ୍ରୀ ତଥା ରାଜ୍ୟର ଅନ୍ୟ ପ୍ରତିଷ୍ଠିତ ଡାକ୍ତରଙ୍କ ଉପସ୍ଥିତିରେ ହାଇଦ୍ରାବାଦ ଠାରେ ଭାରତର ପୁଷ୍ଟିକର ବିଶେଷଜ୍ଞ ଡାଃ. ବିଶ୍ଵରୂପ ରାୟ ଚୌଧୁରୀ ଏବଂ ନୋବେଲ ଶାନ୍ତି ପୁରସ୍କାରଧାରୀ, ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡକ୍ଟର ମଧୁ କୃଷ୍ଣ ,ମାନବିକତା ଦିବସ ଅବସରରେ ଏହି ମହାନ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ, ପ୍ରଫେସର ଡ. ଦୀପକ ରାଉତ ।
ପରିଶେଷରେ କେ. ସୀତାପୁର ଭଳି ଏକ ଛୋଟ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିନେଇ ଭବିଷ୍ୟତରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି ଡାଃ ଚରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି । ସେ ନିଜ ବାପାଙ୍କ ପ୍ରେରଣାରୁ ହିଁ ଏଇ ମହାନ ସ୍ୱାସ୍ଥ୍ୟସେବା କାର୍ଯ୍ୟକୁ ଆପଣେଇଛନ୍ତି । ଡାକ୍ତର ଚରତିଙ୍କ ଏଭଳି କୃତିତ୍ୱ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ଅଶେଷ କୃତଜ୍ଞତା କରାଯାଇଛି ।

Leave A Reply

Your email address will not be published.