ଭଦ୍ରକରେ ଉଦଘାଟନ ହେଲା ସେଲଫି ପଏଣ୍ଟ ‘ ଆଇ ଲଭ ଭଦ୍ରକ ‘

0 2

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହରକୁ ସରସ ସୁନ୍ଦର କରିବା ପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିଙ୍କ ଉଦ୍ୟମ ଏବେ ପ୍ରଶଂସନୀୟ । ବିଧାୟକ ଭାବେ ବିଜୟ ହେବାପରେ ଭଦ୍ରକ ସହରକୁ ସୁନ୍ଦର ଓ ସ୍ମାର୍ଟ ସିଟି କରିବାର ସ୍ଵପ୍ନ ଦେଖିଛନ୍ତି ବିଧାୟକ ସଂଜୀବ ମଲ୍ଲିକ। ଏପରି ଅବସ୍ଥାରେ ଏବେ ତାଙ୍କ ନିର୍ବାଚନମଣ୍ଡଳୀ ରେ ବିକାଶ ଧାରା ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବା ସହିତ ସହରର ବିକାଶ ପାଇଁ ବିଧାୟକ ନିଜ ଉଦ୍ୟମରେ କୋଟି କୋଟି ଟଙ୍କାର ଅନୁଦାନ ଆଣୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ସହରର ମୁଖ୍ୟ ଦ୍ଵାର ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସୌନ୍ଦର୍ଯ୍ୟକରଣ କରାଯାଇଛି । ‘ ଆଇ ଲଭ୍ ଭଦ୍ରକ’ ସେଲଫି ପଏଣ୍ଟର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଥମ ସୋପାନ ଭାବରେ ଆଜି ଏହି ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ , ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲା ସଭାପତି ଜଗନ୍ନାଥ ସ୍ଵାଇଁ, ପ୍ରଦୀପ ମଲ୍ଲିକ, ଯୁବନେତା ପ୍ରିୟବ୍ରତ ନାୟକ,ରାକେଶ ପଣ୍ଡା ,ରାଜଳଷ୍ମୀ ମହାପାତ୍ର, ଲାଲା ଲଳିତ ନାୟକଙ୍କ ସମେତ ବହୁ ସରକାରୀ ଓ ଦଳୀୟ ନେତା ଉପସ୍ଥିତ ଥିଲେ। ସହରର ଏହି ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.