ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ।
ପାରଳା ସହରର କାରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) , ରସିକରାଜ ମନ୍ଦିର , ଶ୍ରୀ ଶ୍ୟାମସୁନ୍ଦର ମନ୍ଦିର , ଶ୍ରୀକାରଣ ସାହି ସ୍ଥିତ ଶ୍ରୀ ରାଧାମୋହନ ମନ୍ଦିର , କବିଚନ୍ଦ୍ର ସାହିର ମଦନ ଗୋପାଳ ମନ୍ଦିର , ବଡରାଧାକାନ୍ତ ମଠ , ବଡବ୍ରାହ୍ମଣ ସାହି , ଶ୍ରୀ ରସିକରାଜ ମଠ (ପରିଛା ମଠ) ସମେତ ବିଭିନ୍ନ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ସେହିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ସରକାରଙ୍କ ସମସ୍ତ କୋଭିଡ୍ ନିୟମ ପାଳନ କରି ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି।
ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିତା ପାଠୀ ପ୍ରଭୁ ଶ୍ରୀ କୃଷ୍ଣ ନିକଟରେ ଦୀପପ୍ରଜ୍ବଳନ କରିଥିଲେ। ଶ୍ରୀମତୀ ଶୈଳେଷ୍ଠା ଖଡଗରାୟ ଭାଗବତ ପଠନ କରିଥିଲେ। ଶ୍ରୀମତୀ ବିଷ୍ଣୁପ୍ରିୟା ମଣ୍ଡଳ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନର ମହତ୍ତ୍ଵ ବୁଝାଇଥିଲେ। ବିଦ୍ୟାଳୟର ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଦ୍ୟାଳୟ ତରଫରୁ ଭଉଣୀ ମାନଙ୍କୁ ଉପହାର ଦିଆଯାଇଥିଲା। ଶେଷରେ କୀର୍ତ୍ତନ କରାଯାଇଥିଲା। ନିଜ ଘରେ ରହି ଶିଶୁ ଭାଇଭଉଣୀ ମାନେ ରାଧାକୃଷ୍ଣ ବେଶ ହୋଇ ଦୀପ, ଧୂପ, ଚନ୍ଦନ, ଅକ୍ଷତ, ଫୁଲ ଓ ଭୋଗ ଦେଇ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Leave A Reply

Your email address will not be published.