ପଦ୍ମପୁର ଏନଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ ।

0 2

ପଦ୍ମପୁର(ଶାସକପ୍ରଶାସକ)- ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ପଦ୍ମପୁର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଅନୁଷ୍ଠିତ ହୋଇଥିବା ସ୍ୱାୟତ୍ତ ଶାସନ ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିତମ ମେହେର ବିଜ୍ଞାପିତ ଅଞ୍ଚଳ ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଙ୍କୁ ଶାଢ଼ୀ ଓ ପୁରୁଷ କର୍ମଚାରୀ ମାନଙ୍କୁ ସାର୍ଟ ପ୍ରଦାନ କରିଥିଲେ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ସମସ୍ୟା ଓ ସୁବିଧା ଅସୁବିଧା ବିଷୟ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ସାହୁ, ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପୋଳା ମେହେର,ସୌମ୍ୟବଲ୍ଲଭ ମହାପାତ୍ର,ଧର୍ମପ୍ରିୟ ସେଠୀ,ଦଷ୍ମନ୍ତ ବେହେରା,ଅବିନାଶ ବହିଦାର ଓ ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.