ସମୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଉପଜିଲ୍ଲାପାଳଙ୍କୁ ଗୋଇବାହାଲି ଓ ଗଣ୍ଡପାଲି ଗ୍ରାମର ଚାଷୀଙ୍କ ଦାବୀପତ୍ର ପ୍ରଦାନ ।

0 2

ପଦ୍ମପୁର(ଶାସକପ୍ରଶାସକ)- ଚଲିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ମରୁଡ଼ି ପରିସ୍ଥିତି ଦେଖା ଦେଲାଣି । ଜୁନ ମାସରେ ଅଳ୍ପ କିଛି ବର୍ଷା ହେବା ଫଳରେ ଚାଷୀ ଧାନ ବୁଣା ଓ ତଲି ପକା କାମ ଆରମ୍ଭ କରିଥିଲା ହେଲେ ଜୁଲାଇ ଓ ଅଗଷ୍ଟ ମାସରେ ବୄଷ୍ଟିପାତ କମିବା କାରଣରୁ ଧାନ ୠଆ କିମ୍ବା ବେଉଷଣ କାମ ହୋଇ ପାରିନାହିଁ । ମାଟି ଫାଟି ଆଁ କରିଛି , ଏବଂ ଧାନ ଗଛ ଗୁଡିକ ନାଲି ହୋଇ ମରିବାକୁ ଲାଗିଲାଣି । ପଦ୍ମପୁର ଉପଖଣ୍ଡରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି । ପାଇକମାଲ ବ୍ଳକ ପଲସଦା ପଞ୍ଚାୟତ ଗୋଇବାହାଲି ଓ କେର୍ମେଲାବାହାଲ ପଞ୍ଚାୟତ ଗଣ୍ଡପାଲି ଗ୍ରାମର ଚାଷୀମାନେ ଏହି ଦୁଇ ଗ୍ରାମକୁ ସମୂର୍ଣ୍ଣ ମରୁଡ଼ି ଘୋଷଣା ସହ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ମୁକ୍ତେଶ୍ଵର ଶାହା,ବସୁଦେବ କାଲୁ,ହଳଧର ମର୍ହୀ, ବିଘ୍ନେଶ୍ବର ଶାହା,ନବଘନ ତାଣ୍ଡି,ପୁସ୍ତମ ଝାଙ୍କର,ଅଚ୍ୟୁତାନନ୍ଦ ଶାହା,ସୁବନ ଭୁଏଙ୍କ ସମେତ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.