ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ନୂଆ କର୍ପୋରେଟ୍ କାର୍ଯ୍ୟାଳୟ ଉଦଘାଟିତ

0

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଆଜି ଭୁବନେଶ୍ୱରର ପାୱାର ହାଉସ୍ ଛକ ଠାରେ ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରାଯାଇଛି ।
ଟାଟା ପାୱାରର ସିଇଓ ଓ ଏମ୍ଡି ଡକ୍ଟର ପ୍ରବୀର ସିହ୍ନା, ଟିପିସିଓଡିଏଲର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍ ଓ କଂପାନିର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଓଡ଼ିଶା ବିଦ୍ୟୁତ ନିୟାମକ କମିସନ (ଓଇଆରସି)ର ଅଧ୍ୟକ୍ଷ ଶ୍ରୀ ୟୁ ଏନ୍ ବେହେରା ଏହି ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ ।
ଏହି ନୂତନ କାର୍ଯ୍ୟାଳୟ ହେଉଛି ଏକ ଦୁଇ ମହଲା ବିଶିଷ୍ଟ କୋଠା ଓ ଏହା ପାଖରେ ଏକ ଗ୍ରାହକ ସେବା କେନ୍ଦ୍ର ରହିଛି ଯେଉଁଥିରେ ଗ୍ରାହକଙ୍କ ବିଭିନ୍ନ ପ୍ରକାର ସୁବିଧା ଯଥା ଗ୍ରାହକଙ୍କ ଭିଡ଼ ପରିଚାଳନା ଲାଗି ଧାଡ଼ି ପରିଚାଳନା ବ୍ୟବସ୍ଥା, ନୂଆ ବିଦ୍ୟୁତ ସଂଯୋଗ/ ନକଲି ବିଲ୍/ ଗ୍ରାହକଙ୍କ ବିଲ୍ ବିବରଣୀ (ହିଷ୍ଟ୍ରି) ଇତ୍ୟାଦି ଭଳି ସବୁ ପ୍ରକାର ସୂଚନା ଲାଗି ଇ-କିଓସ୍କ ବ୍ୟବସ୍ଥା ରହିଛି ।
ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କହିଛନ୍ତି ଯେ, “ଭାରତର ଅନ୍ୟତମ ପ୍ରମୁଖ ସ୍ଥଳ ପାୱାର ହାଉସ୍ ଠାରେ ଆମର ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ଆମେ ବେଶ ସକାରାତ୍ମକ ରହିଛୁ ଯେ ଆମର ନୂଆ କାର୍ଯ୍ୟାଳୟ ଆମ କର୍ମଚାରୀମାନଙ୍କ ମଧ୍ୟରେ ସରଳ ସହଯୋଗିତା ରଖିବାରେ ସହାୟକ ହେବ ଏବଂ ଏଠାରେ ସେମାନେ ସଫଳ ହୋଇପାରିବେ । ଏହା ବ୍ୟତୀତ ଠିକ୍ ଡାହାଣ ପାଶ୍ୱର୍ରେ ଥିବା ଆମର ଗ୍ରାହକ ସେବା କେନ୍ଦ୍ର ଯେଉଁଥଠାରେ ସେମାନେ ନିଜର ମାସିକ ବିଲ୍ ଦେଇପାରିବେ, ନିଜ ଆପତି ଓ ଅଭିଯୋଗ କରିପାରିବେ ଏବଂ ନୂଆ ସଂଯୋଗ ପାଇଁ ମଧ୍ୟ ଆବେଦନ କରିପାରିବେ, ଫଳରେ ସେମାନଙ୍କୁ ଏକ ନିରବଚ୍ଛିନ୍ନ ଅନୁଭୂତି ମିଳିବ ।’’

Leave A Reply

Your email address will not be published.