ବଲାଙ୍ଗୀର/ ନିରୋଜ ମିଶ୍ର : ମୃତ୍ୟୁ ଏମିତି ମଧ୍ୟ ଆସେ। ଠିକଣା ସ୍ଥାନରେ ଟ୍ରକ ପହଞ୍ଚାଇବା ପରେ ମାଲ ଅନ୍ଲୋଡ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିଥିବା ଡ୍ରାଇଭର ହଠାତ ଜଳିବାକୁ ଲାଗିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବଲାଙ୍ଗୀର ଜିଲା ତୁଷୁରା ଥାନା ଡୁଙ୍ଗୁରୀପାଲି ଗାଁରେ । ଡ୍ରାଇଭର ଜଣକ ହେଲେ ବିହାର ସମଷ୍ଟିପୁରର ରାମକୁମାର ୟାଦବ।
ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ ଉକ୍ତ ଟ୍ରକ୍ଟି ସିମେଣ୍ଟ ବୋଝେଇ କରି ଡୁଙ୍ଗୁରୀପାଲି ଗାଁରେ ଅନଲୋଡ କରୁଥିଲା। ଏହି ସମୟରେ ରାମକୁମାର ଟ୍ରକ୍ ଉପରକୁ ଚଢ଼ି ସିମେଣ୍ଟ ଅନଲୋଡ ପାଇଁ ଚେଷ୍ଟା କରୁଥିବା ବେଳେ ଟ୍ରକ୍ ଉପରେ ଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଟ୍ରକ ଉପରେ ହିଁ ଜୀବନ୍ତ ଦଗ୍ଧ ହୋଇଥିଲା। ଏହା ସହିତ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିଲା । ତୁଷୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ମୃତଦେହ ଉଦ୍ଧାର କରିଥିଲେ।
Sign in
Sign in
Recover your password.
A password will be e-mailed to you.