ବଲାଙ୍ଗିର(ନିରୋଜ ମିଶ୍ର) : ଦେଓଗାଁ ବ୍ଲକ ସାଲେପାଲି ରେ ଥିବା ଜରାଶ୍ରମ କୁ ଗତ କିଛିଦିନ ଆଗରୁ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ସହଧର୍ମିଣୀ ଶ୍ରୀମତୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ଗସ୍ତ କରି ଶୀତରୁତୁରେ ଶୀତବସ୍ତ୍ର ବଣ୍ଟନ କରିଥିଲେ | ସେହି ସମୟରେ ଜରାଶ୍ରମ ନିବାସୀ ସେଠାରେ ରହିଥିବା ପାନୀୟଜଳ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ | ସେହି ସମୟରେ ଗୋଟିଏ ଡିପ୍ ବୋରୱେଲ ନିଜ ଖର୍ଚ୍ଚରେ ଯୋଗାଇ ଦେବା ପାଇଁ ଅଦ୍ରିଜା ଦେବୀ ପ୍ରତିଶୃତି ଦେଇଥିଲେ । ଯାହାକି ଆଜି ତାକୁ ନିଜ ହସ୍ତରେ ଶୁଭ ଉଦ୍ଘାଟନ କରିଛନ୍ତି ଅଦ୍ରିଜା ମଞ୍ଜରୀ ସିଂହଦେଓ । ଏହି ଉଦ୍ଘାଟନ ଉତ୍ସବରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବରିଷ୍ଠ ନେତା ଲକ୍ଷ୍ମଣ ମେହେର, ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ , ବରିଷ୍ଠ ନେତା ପ୍ରଦିପ ସାହୁ , ବଲାଙ୍ଗିର ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା , ବ୍ଲକ ଆଇଟି ସଂଯୋଜକ ସୁନିଲ ମେହେର ଉପସ୍ଥିତ ରହିଥିଲେ ।
