ଜିଲ୍ଲାପାଳ ରାୟଗଡଙ୍କ ବିଷମକଟକ ପଂଚାୟତ ସମିତିର ବିଭିନ୍ନ ଗ୍ରାମ କ୍ଷେତ୍ର ପରିଦର୍ଶନ

0

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲାପାଳ ରାୟଗଡା ଶ୍ରୀ ସରୋଜ କୁମାର ମିଶ୍ର ବିଷମକଟକ ପଂଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l ବେଥିଆପଡା ଗ୍ରାମ ପଂଚାୟତରେ ପ୍ରଥମେ ବେଥିଆପଡା ଗ୍ରାମର ୟୁ.ଜି.ଏମ୍‌.ଇ ସ୍କୁଲ ଡାଇନିଙ୍ଗ ହଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ଯାହାକି ପାଞ୍ଚ ଲକ୍ଷ ଟଙ୍କାର ଅଟକଳ ରାଶିରେ ନିର୍ମିତ ହୋଇଛି l ଏଥି ସହ ମିଶନ ଶକ୍ତି ଗୃହ ମଧ୍ୟ ପରିଦର୍ଶନ କରି ସମସ୍ତ ଅଧିକାରୀ ଉକ୍ତ କାର୍ଯ୍ୟଟିକୁ ଠିକ ସମୟରେ ସମ୍ପୂର୍ଣ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ଗ୍ରାମବାସୀଙ୍କୁ ସରକାରଙ୍କର ଜଳ ଯୋଗାଣ, ବିଦ୍ୟୁତ କରଣ, ବାର୍ଧକ୍ୟ ଭତା, ପିଡିଏସ୍‌, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ସମସ୍ୟା ପଚାରି ବୁଝିଥିଲେ । ଛତୁ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ଫୁଲଗୁଡା ପରିଦର୍ଶନ କରିଥିଲେ ।ମୋ ସ୍କୁଲ ଅଧୀନରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଇ-ଲାବ ଏବଂ ଶୌଚାଳୟ ଇତ୍ୟାଦି ପଂଚାୟତ ଉଚ୍ଚ ବିଦ୍ୟାଳୟ, ଦୁର୍ଗୀ ପରିଦର୍ଶନ କରି ଦେଖିଥିଲେ ଏବଂ ସହାୟକ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ପ୍ରଧାନ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପୂର୍ଣ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଓଡିଶା ଜୀବିକା ମିଶନ ତରଫରୁ ଝାଡୁ ଓ ତେନ୍ତୁଳି ଉତ୍ପାଦନ ମାନ ବୃଦ୍ଧି ବିଷୟରେ ଏସ୍‌.ଏଚ୍‌.ଜି ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ସେମାନଙ୍କୁ ଝାଡୁ ଓ ତେନ୍ତୁଳି ପ୍ରକ୍ରୀୟାରୁ ଅର୍ଥ ରୋଜଗାର କରିବାର ଉପାୟ ବୁଝାଇଥିଲେ । ଚାଟିକଣା ପରିଦର୍ଶନ କରି ସପୁରୀପଣଷ ପ୍ରକ୍ରୀୟା ୟୁନିଟ, ଚାଟିକଣା ଭିତି ପ୍ରସ୍ତର ଅନୁଧ୍ୟାନ କରି କମୁନିଟିକୁ ହସ୍ତାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ (ଓରମାସ) ଏବଂ ଅନ୍ୟମାନେ ଅନୁଧାବନ ହୋଇ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରି ରାୟଗଡା ଅଭିମୁଖେ ଯାତ୍ରା କଲେ ।

Leave A Reply

Your email address will not be published.