ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ -ଧର୍ମେନ୍ଦ୍ର ପ୍ରଧାନ

0

ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଂଘର ଭର୍ଚୁଆଲ ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

ଭୁବନେଶ୍ୱର– ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ । ଓଡ଼ିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ଉତ୍କଳ ବିଶ୍ୱବିଦ୍ୟାଳୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରଙ୍କ ଦାୟିତ୍ୱ ବ୍ୟତିତ ଆମେ ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟକୁ ନୂଆ ରୂପ ଦେବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଦରକାର ।
ବିଶ୍ୱବିଦ୍ୟାଳୟର ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଆଲୁମିନି କେବଳ ଆର୍ଥିକ ଯୋଗଦାନ ଦେଲେ ହେବ ନାହିଁ ବରଂ ନୂଆ ଚିନ୍ତାଧାରା, ନବସୃଜନର ଯୋଗଦାନ ରଖିବା ମଧ୍ୟ ଜରୁରୀ । ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଆଗକୁ ନେବାକୁ ହେଲେ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହଛନ୍ତି ।
ଏହି ଭର୍ଚୁଆଲ ଉତ୍ସବରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଥିବା ଭୂମିକା ଉପରେ ଆଲୋକପାତ କରିବା ସହ ଆଲୁମିନିର ବିଶ୍ୱବିଦ୍ୟାଳୟ ପାଇଁ ଥିବା ଅବଦାନ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.