ବିଜେପିରେ ସାମିଲ ହେଲେ ଓଡିଶା ପଦ୍ମସାଳି ସଂଘର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା

0

ଭୁବନେଶ୍ୱର,:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶା ପଦ୍ମସାଳି ସଂଘର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ପଛୁଆ ବର୍ଗରୁ ଆସିଥିବା ପଦ୍ମସାଳି ସଂଘର ରାଜ୍ୟ ସଭାପତି କେ.ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ କେ.ବାଲାଜି ପାତ୍ର, ବିଲ୍ଲୁ ପାତ୍ର, ବିଚିତ୍ର ପାତ୍ର, କେ.ରାଜୁ. ପ୍ରମୋଦ ପାତ୍ର, ନୃସିଂହ ମେକପ, ବିଜୟ ପାତ୍ର, ଦମୟନ୍ତୀ ପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ପାର୍ଟୀରେ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଟି.ଉମାଶଂକର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.