ବଡ଼ମାଳ ସ୍କୁଲ ନିକଟ ରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର ଆହତ।

0 2

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବୁର୍ଡା ପଞ୍ଚାୟତ ବଡ଼ମାଳ ସ୍କୁଲ ନିକଟ ରେ ରବିବାର ରାତି ପ୍ରାୟ ୮ ଟା ବେଳେ ବାଇକ୍ ଦୁର୍ଘଟଣା ରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ବଡ଼ମାଳ କୁଞ୍ଜ ବେହେରା (୩୭) କୌଣସି କାମରେ ରେଢ଼ାଖୋଲ ଆସି ବାଇକ୍ ଯୋଗେ ଘର କୁ ଫେରୁଥିବା ବେଳେ ଗ୍ରାମ ର ସ୍କୁଲ ନିକଟ ରେ ଗୋଟେ କୁକୁର ଦୌଡ଼ି ଆସି ବାଇକ୍ ରେ ଧକ୍କା ହେବା ଫଳରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଞ୍ଚି ୧୦୮ ଅମୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ।

Leave A Reply

Your email address will not be published.