ଗ୍ୟାଙ୍ଗଷ୍ଟର ଟିଟୋର ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି : ବିଜେପି

0

19-07-18--Pitambara-Acharya.jpg - 95.15 kB

ଭୁବନେଶ୍ୱର,: ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି ବୋଲି ବିଜେଡି ଉପରେ ପାଲଟା ଆକ୍ରମଣ କରି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ  ମୁଖପାତ୍ର ତଥା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । 

ଟିଟୋଙ୍କୁ ପେଟ୍ରୋଲ ଟାଙ୍କି ଆବଂଟନ ମାମଲାରେ ସିବିଆଇ ତଦନ୍ତ ନିର୍ଦେଶକୁ ବିଜେଡି ତରଫରୁ କଡା ସମାଲୋଚନା କରା ଯିବା ପରେ ସିବିଆଇ ତଦନ୍ତକୁ ସ୍ୱାଗତ କରିବା ପରିବର୍ତେ ବିଜେଡି କାହିଁକି ଏହାକୁ ବିରୋଧ କରି ବ୍ୟତିବ୍ୟସ୍ତ ହୋଇ ପଡୁଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ସିବିଆଇ ତଦନ୍ତ ନିର୍ଦେଶ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ସତ୍ୟକୁ ସାମନାକୁ ଆଣିବାକୁ ଚେଷ୍ଟା କରିଥିବା ବେଳେ ବିଜେଡି ଠାକୁର ଘରେ କିଏ, ମୁଁ କଦଳୀ ଖାଇନି ପରି ବୟାନ ଦେଇ ନିଜର ଭୟକୁ ସାର୍ବଜନୀନ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଗତ କିଛି ଦିନ ତଳେ ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ଭାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦଳକୁ ସ୍ୱାଗତ କରା ଯିବା ମାମଲା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଅନ୍ତରଙ୍ଗ ଫଟୋକୁ ପ୍ରଦର୍ଶିତ କରିବା ସହ ଟିଟୋଙ୍କ ସାମ୍ରାଜ୍ୟର ଚେର ବିଜେଡି ମୁଖିଆଙ୍କ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । 

ସାଂସଦ ପ୍ରତାପ ଦେବ ତଥା କେନ୍ଦ୍ରାପଡା ଜିଲ୍ଲାର ଦୁଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ କିଶୋର ତରାଇଙ୍କ ନାଁ ନେଇ ନଦୀ ଘାଟ, ବାଲି, ମୋରମ ଉପରେ ଏକଚାଟିଆ ଅଧିକାର ଅପରାଧିକ ପୃÂଭୂମିର ଟିଟୋକୁ ଦେବାରେ କିପରି ଭୂମିକା ନିଅନ୍ତି ତାହା ରାଜ୍ୟବାସୀଙ୍କୁ ଅଛପା ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 

ଟିଟୋଙ୍କ ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ଟେଂଡର ଫିକ୍ସିଂ  ମୁଖ୍ୟ ସହାୟକ ଓ ଏହି ସହାୟତା ଶାସକ ଦଳର ଟାଣୁଆ ନେତା, ମନ୍ତ୍ରୀ ତଥା ସେମାନଙ୍କ ଛତ୍ର ଛାୟା ତଥା ପୋଲିସ   ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଟିଟୋ ଅପରାଧିକ ସାମ୍ରାଜ୍ୟର ତଦନ୍ତ  ଏପରି କି କ୍ରାଇମ ବ୍ରାଂଚକୁ  ବାଦ ଦେଇ ଭିଜିଲାନ୍ସକୁ ଦେବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରୁଛି । ଏହାର ମୁଖ୍ୟ କାରଣ ହେଉଛି ଟିଟୋର ଅପରାଧିକ ପୃଷ୍ଠଭୂମି କୁ ଘଂଟ ଘୋଡାଇ କେବଳ ତଳିଆ ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ନେତା ମନ୍ତ୍ରୀଙ୍କୁ ଖସାଇ ଦେବା । 

ଟିଟୋକୁ ପେଟ୍ରୋଲ ପମ୍ପ ଆବଂଟନରେ ଅନିୟମିତତା ହୋଇଛି ବୋଲି ଆଇଓସିଏଲ ତରଫରୁ ସ୍ୱୀକାର କରା ଯାଇଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଅନିୟମିତତା ପ୍ରାରମ୍ଭିକ ପ୍ରମାଣ ମିଳିବା କାରଣରୁ ହିଁ ସିବିଆଇ ତଦନ୍ତ ନିର୍ଦେଶ ଦିଆ ଯାଇ ଯିଏ ବି ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ମନ୍ତ୍ରୀ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

 

 

 

 

 

Leave A Reply

Your email address will not be published.