ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟିଲା କାର , ୪ ଆହତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମାଣ୍ଡିମେରା ନିକଟରେ ଏକ ସ୍ୱିପଟ କାର କୋରାପୁଟ ଅଞ୍ଚଳରୁ ଭୁବନେଶ୍ବରକୁ ଶୁକ୍ରବାର ଭୋର ସମୟରେ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ  ଓଲଟି ପଡିଥିଲା। ଯାହା ଫଳରେ ଗାଡ଼ିରେ ବସିଥିବା ଚାଳକଙ୍କ ସମେତ ୩ ଜଣଙ୍କ ମୁଣ୍ଡ , ଗୋଡ଼ , ହାତରେ ଗଭୀର ଆଘାତ ଲାଗିଛି। ସେମାନେ ହେଲେ ଭୁବନେଶ୍ଵର ଅଞ୍ଚଳର ଦିଲ୍ଲୀପ କୁମାର ସାହୁ , ପବିତ୍ର କୁମାର ପଟ୍ଟନାୟକ , ଶମ୍ଭୁନାଥ ଦାଶ , ସୌଭାଗ୍ୟ କେଶରୀ ଚାନ୍ଦ । ସମସ୍ତେ ଆସି ପ୍ରଥମେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବା ପରେ ଏକ ଗାଡି ଭଡା କରି ଭୁବନେଶ୍ୱରକୁ  ଅଧିକ ଚିକିତ୍ସା ହେବା ପାଇଁ  ଯାଇଛନ୍ତି ବୋଲି ଗାଡ଼ି ଚାଳକ ତଥା ମାଲିକ ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.