୩୬ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ଗାଡ଼ି ଜବତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡ଼ବା ପୁଲିସ ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ଶୁକ୍ରବାର ଦିନ ସକାଳେ ଗୁଲୁବା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାସ୍ତା କଡରେ ଏକ କାର ନଂ- ଡିଏଲ୫ସିଡି୫୭୩୭କୁ ଦେଖି ଅଟକିଥିଲେ। ଏହି ସମୟରେ ପୁଲିସକୁ ଦେଖି ମାଫିଆ ମାନେ ଗାଡି ଛାଡି ଦଉଡି ପଳାଇଥିଲେ। ଗାଡିଟିକୁ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଜାଣି ପାରିଥିଲେ। ମାଜିଷ୍ଟେଟ ଦାୟିତ୍ଵରେ ଥିବା ସହକାରୀ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତରେ ଓଜନ କରିବାରୁ ତାହା ୩୬ କିଲୋ ୬୦୦ ଗ୍ରାମ ହୋଇଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।

Leave A Reply

Your email address will not be published.