ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ। ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରି ଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ଝିଅ ମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ।
ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଲକ୍ଷ୍ମୀ ପାଇକ ନାମକ ଏକ କନ୍ୟା ଯାହାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଓ ଗ୍ରାମର ଲୋକ ମିଶି ଲକ୍ଷ୍ମୀ ପାଇକଙ୍କୁ ୧୬ ବର୍ଷ ହୋଇଥିବା ବେଳେ ବିବାହ କରାଇଦେବା ପାଇଁ ଆୟୋଜନ କରିଥିଲେ।
ଏହି ବିଷୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଉକ୍ତ ଶିଶୁ କନ୍ୟା ଲକ୍ଷ୍ମୀ ପାଇକଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡିର ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ନବଜୀବନରେ ଥଇଥାନ କରାଯାଇଥିଲା। ଶିଶୁ ସେଠାରେ ରହି ପାଠ ପଢିବା ପରେ ୧୮ ବର୍ଷ ପୂର୍ଣ୍ଣ ହେଲା ପରେ ତାଙ୍କୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରାଯାଇଥିଲା।
ଲକ୍ଷ୍ମୀଙ୍କର ଉପଯୁକ୍ତ ବିବାହ ବୟସ ହୋଇଥିବାରୁ ତାଙ୍କର ବିବାହ ନିମନ୍ତେ ବିଜୁ ଶିଶୁ ଓ ସୁରକ୍ଷା ଯୋଜନାରେ ଗତ ୧୧.୮.୨୦୨୧ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର ହିତାଧିକାରୀଙ୍କୁ ୫୦୦୦୦/ (ପଚାଶ ହଜାର) ଟଙ୍କାର ଚେକ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.