ଗଞ୍ଜେଇ ଜବତ,  ଦୁଇ ଗିରଫ

0 2

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଦ୍ୱାରା ପେଟ୍ରୋଲିଂ ବେଲେ ଧରାପଡିଛନ୍ତି ଦୁଇ ପେଶାଦାର ଗଞ୍ଜେଇ ମାଫିଆ। ଦୀର୍ଘ ଦିନ ଧରି ପୋଲିସ ଆଖିରେ  ଧୂଳି ଦେଇ ଗଞ୍ଜେଇ କାରବାର ଚଳାଇ ଆସିଥିବା ସମ୍ପୃକ୍ତ ଦ୍ୱୟ ଗଞ୍ଜେଇ ମାଫିଆ କୁ ଧରିବାରେ ସଫଳ ହୋଇଛି।ପୋଲିସ ସମ୍ପୃକ୍ତ ଗଞ୍ଜେଇ ମାଫିଆ କୁ ଗିରଫ କରିବା ସହ ଏକ ବାଇକ  CG 06 GE 3823 ସହ ୨ ମୋବାଇଲ ମଧ୍ୟ ଜବତ କରିଛନ୍ତି।ତେବେ ଆଜି ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ,ହାବିଲଦାର ଜିତେନ୍ଦ୍ର ଦାଶ ଟିମ ସହ ପେଟ୍ରୋଲିଂ କରୁଥିବା ସମୟ ରେ ଜଗଦଲପୁର ଥାନା ବଡ଼କଞ୍ଜ।ରୀ ଗ୍ରାମ ର ଛକ ନିକଟ ରେ ଏକ ବାଇକ କୁ ସନ୍ଦେହ ରେ ଅଟକାଇ ଯାଞ୍ଚ କରିବାରୁ ଏଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ।ସମ୍ପୃକ୍ତ ଦ୍ୱୟ ଗଞ୍ଜେଇ ମାଫିଆ କୁ ଗିରଫ କରିବା ସହ ଜବତ ବାଇକରୁ ୭ କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି।ଗିରଫ ଗଞ୍ଜେଇ ମାଫିଆ ଜଣକ ବଡ଼ କଞ୍ଜାରି ଗ୍ରାମ ର ବେଲାରସେନ ପଟେଲ ଏବଂ ଜଗନ୍ନାଥ ପଟେଲ ବୋଲି ଜଣାପଡିଛି।ଏ ନେଇ ଜଗଦଲପୁର ଥାନା ରେ କେଶ ନଂ-୯୮ /୨୦୨୧ଏକ ମାମଲା ରୁଜୁ କରି UIS 20(b)(k)(B )NDPs Act ଅଭିଯୁକ୍ତ ଦ୍ୱୟ ଗଞ୍ଜେଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏ ନେଇ ନିଶା ବେପାରୀ ଙ୍କ ମଧ୍ୟ ରେ କୋକୁଆ ଭୟ ସୃଷ୍ଟି କରିଛି।

Leave A Reply

Your email address will not be published.