ଅର୍ଜୁନ ମୁର୍ମୁ ହେଲେ ନୂତନ ଜିଲ୍ଲା ଯୁବ ଜେଏମଏମ ସଭାପତି

0 2

ବାରିପଦା(ଦିଲ୍ଲୀପ ମହାନ୍ତି) :  ଅର୍ଜୁନ ମୁର୍ମୁ ଛାତ୍ର ଜୀବନ ଆରମ୍ଭରୁ ପ୍ରଥମେ ୨୦୦୯ ମସିହାରେ ମହାରଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଛାତ୍ର ରାଜନୀତିରେ ପ୍ରଥମ ପାହଚ ଚଢିଥିଲେ, ତତ୍‌ସହିତ ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା ସେନା)ର  ସଭାପତି ଭାବେ କାର୍ଯ୍ୟକରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦୀର୍ଘବର୍ଷ ଧରି ଆନ୍ଦୋଳନ ଜାରି ରଖିଥିବା ଜଣେ ଅଗ୍ନିବର୍ଷୀ ଆଦିବାସୀ ଛାତ୍ର ନେତା ଅର୍ଜୁନ ମୁର୍ମୁଙ୍କୁ ଜେଏମଏମ କେନ୍ଦ୍ରୀୟ କମିଟି ଏବଂ ରାଜ୍ୟ କମିଟିର ଅନୁମୋଦନ କ୍ରମେ ଗତ ୩୦ ଜୁଲାଇରେ ରାଇରଙ୍ଗପୁର ଠାରେ ମୟୂରଭଞ୍ଜ ଜିଲ୍ଲା ଯୁବ ଜେଏମଏମ ସଭାପତି ଭାବେ କେନ୍ଦ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ତଥା ପଟକା ବିଧାୟକ ସଞ୍ଜୀବ ସର୍ଦ୍ଧାର ଘୋଷଣା କରିଛନ୍ତି । ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଲଢେଇ କରି ଆସୁଥିବା ଶ୍ରୀ ମୁର୍ମୁଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବା ପରେ ସେ ଦଳ ପାଇଁ ମନ ପ୍ରାଣ ଦେଇ କାମ କରିବେ ବୋଲି ପ୍ରେସ ମାଧ୍ଯମରେ ସୂଚନା ଦେଇଛନ୍ତି । ସେ ଏହି ନୂତନ ଦାୟିତ୍ୱ ପାଇବାପରେ ସେ ସର୍ବପ୍ରଥମେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜନୀ ସୋରେନଙ୍କୁ ଧନ୍ୟବାଦ ଜଣାଇବା ସହିତ କେନ୍ଦ୍ରୀୟ ଯୁବମୋର୍ଚ୍ଚା ସଭାପତି ବସନ୍ତ ସୋରେନ, କେନ୍ଦ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ସଞ୍ଜୀବ ସର୍ଦ୍ଧାର, ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଁସଦାଃ,ରାଜ୍ୟ କୋଷାଧ୍ଯକ୍ଷ ପ୍ରଲ୍ଲାଦ ପୂର୍ତି, କେନ୍ଦ୍ରୀୟ କମିଟୀ ସଦସ୍ୟ ପବନ କୁମାର, ଯୁବନେତା ପୁର୍ଥୁରାଜ ହାଁସଦାଃଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ଵକୁ ସୁଚାରୁ ରୂପେ ତୁଲାଇବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.