ବିବାହର ୭ ମାସପରେ ଗର୍ଭବତୀ ସ୍ତ୍ରୀ କୁ ବାପ ଘରେ ଛାଡି ଦ୍ଵିତୀୟ ବିବାହ କଲେ ସ୍ୱାମୀ  

0 2

 ଝିଅ ଜନ୍ମ ପରେ ପଚାରିଲା ନାହିଁ ବାପା : ଏବେ ୧୦ମାସ ହେବ ରୋଗଶଯ୍ୟାରେ ମା, ଝିଅର ଭବିଷ୍ୟତ ଅନ୍ଧାର।

କାଶୀପୁରରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୋରା ଗୁଡା ଥାନା କାର୍ଲି ଗ୍ରାମର ପିଲିମନ ନାଏକଙ୍କ ଝିଅ ଭାଗ୍ୟବତୀ ନାଏକଙ୍କୁ ୧୯ଫେବ୍ରୁଆରି ୨୦୧୮ ମସିହାରେ କାଶିପୁର ଥାନା ଅନ୍ତର୍ଗତ ଡୁମେଲ ଗ୍ରାମ ର ମଦନ ନାଏକ ଙ୍କ ପୁଅ ପିତବାସ ନାଏକଙ୍କୁ ବୈଦିକ ରିତିରେ ବାହାଘର ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ସିଡି ଡିଲକ୍ସ ମୋଟର ସାଇକେଲ,୪ଭରି ସୁନା ଓ ଶକ୍ତିମୂତାବକ ଘର ଉପକରଣ ଦେଇଥିଲେ। ସଂସାର ଠିକ୍ ରେ ଚାଲିଥିଲା ଓ ସ୍ତ୍ରୀ ମଧ୍ୟ ଗର୍ଭବତୀ ହେଲେ। ବାହାଘର ର ୭ମାସ ପରେ ଗର୍ଭବତୀ ସ୍ତ୍ରୀ କୁ ଶଶ୍ଵୁର ଘରେ ଛାଡ଼ିଦେଇ କୁମ୍ବାରସିଳା ଗ୍ରାମର ପାପାଲି ନାଏକ ନାମକ ଝିଅକୁ ଦିତିୟ ବିବାହ କରିଥିଲେ। ଭାଗ୍ୟବତୀ ଙ୍କର ୩୧ ନଭେମ୍ବର ୨୦୧୮ କନ୍ୟା ସନ୍ତାନ ଟିଏ ଜନ୍ମନିଏ।ପ୍ରଥମ ସ୍ତ୍ରୀ କିମ୍ବା ଝିଅକୁ ଦେଖାଶୁଣା ନକରିବା ରୁ ଦୋରା ଗୁଡା ଥାନାରେ ୨୯ ଜୁନ ୨୦୧୯ରେ କେଶ ନଂ ୪୧/୧୯ ଦଫା୪୯୮(A)/୪୯୪/୩୪ ଆପିସି,RW sec 4 dp act ରେ ରୁଜୁ କରାଯାଇଥିଲା। ଉଭୟ ପକ୍ଷ ଙ୍କୁ ଡକାଯାଇ ମାଁ ଓ ଝିଅ ର ଚଳଣୀ ପାଇଁ ମାସିକ ୬ହଜାର ଦେବାପାଇଁ ସ୍ଵା ପିତବାସ ନାଏକ ଚୁକ୍ତିବଦ୍ଧ କରିଥିଲେ। ଚୁକ୍ତିବଦ୍ଧ କଥା କଥାରେ ହିଁ ରହିଗଲା। ଭାଗ୍ୟବତୀ ର ଭାଗ୍ୟର ବିଡମ୍ବନା ଭଗବାନ ଦାଉ ସାଜିଲା କୈାଣସି ଏକ ଅଜଣା ରୋଗରେ ୧୦ ମାସ ହେଲା ଶଯ୍ୟାଶାୟୀ ଅଣ୍ଟା ଠାରୁ ତଳକୁ କୈାଣସି ଅଙ୍ଗ କାମ କରୁନାହିଁ। ବାପା ପିଲିମନ ନାଏକ ଜଣେ ଛୋଟ ବ୍ୟବଶାୟୀ ଗାଁ ଗାଁ ବୁଲି ବ୍ୟବସାୟ କରେ ବ୍ୟବସାୟରେ ଯାହା ମିଳେ ପରିବାର ପ୍ରତିପୋଷଣ ସହିତ ଝିଅ କୁ ବିଭିନ୍ନ ମେଡିକାଲ କୁ ନେଇ ପୋଇଷା ସରିଗଲା ପରେ ଭଗବାନ ଙ୍କ ଉପରେ ଛାଡି ଘରେ ପକେଇ ରଖିଛନ୍ତି ।ଘରେଥିବା ସୂନା ବିକ୍ରି କରି ଚିକିତ୍ସା କରାଇଲେ। ଘରେପୁଣି ଆଉ ଜଣେ ଦିବ୍ୟାଙ୍ଗ ଝିଅ ଯିଏକି ଚାଲି ପାରୁନାହିଁ କି କଥା ମଧ୍ୟ କହିପାରୁ ନାହିଁ।ଏପଟେ ଘର ଚଳେଇବା ନା ଝିଅର ଚିକିତ୍ସା କରିବେ ନାତୁଣିର ଭବିଷ୍ୟତ ଦେଖିବେ।ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସାହାଯ୍ୟ ହେଲେ ବଞ୍ଚିଯାଇଥାନ୍ତା ଜିବନ ବୋଦଳୀ ଯାଇଥାନ୍ତା ଭାଗ୍ୟବତିର ଭାଗ୍ୟ ଉଜ୍ଜ୍ବଳ ହୋଇପାରନ୍ତା ନାତୁଣି ରଚନା ର ଭବିଷ୍ୟତ। ଭାଗ୍ୟବତୀ ଙ୍କୁ କେବେ ମିଳିବ ନ୍ୟାୟ ଦୋଶୀକୁ କୁ ମିଳିବ ଦଣ୍ଡ ଦେଖିବାକୁ ରହିଲା ପୋଲିସ ପ୍ରଶାସନ ଓ ଶ୍ବାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛନ୍ତି।

Leave A Reply

Your email address will not be published.