କିରାଣୀ ଦୋକାନୀଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣା: ପୋଲିସକୁ ସଫଳତା

0 2

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମର କିରାଣୀ ଦୋକାନୀ  ନିଧିଆ ସାହୁଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା I ସୂଚନା ଅନୁଯାୟୀ ଗତ ୧୩  ତାରିଖ ଦିନ ଭ୍ରମରବାଡ଼ି ଗ୍ରାମର କିରାଣି ଦୋକାନୀ ନିଧିଆ ସାହୁ ଦୋକାନରେ ବସିଥିବା ବେଳେ ଡ଼ମପ୍ଲିୟୁ ଗ୍ରାମର ବାପି ପ୍ରଧାନ ହଠାତ ଆସି ନିଧିଆଙ୍କ ମୁଣ୍ଡରେ ପିସ୍ତଲ ରଖି ଦଶ ହଜାର ଟଙ୍କା ଦେବାପାଇଁ କହିଥିଲା I ଏଥିରେ ଭୟଭିତ ହୋଇ ପାଖରେ ଥିବା ହଜାର ଟଙ୍କା ଦେଇ ବଳକା ଟଙ୍କା ପରେ ଦେବି ବୋଲି ବହୁତ ନେହୁରା ହୋଇ କହିବାରୁ ମୁଣ୍ଡରୁ ପିସ୍ତଲ ବାହାର କରି ବଳକା ଟଙ୍କା ଦେବା ପାଇଁ କହିବା ସହ ଏହି ଘଟଣା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇ ଚାଲି ଯାଇ ଥିଲା ଲୁଟେରା I ହେଲେ ନିଧିଆ ଭୟଭୀତ ହୋଇ କାହାକୁ ଏ ଘଟଣା ବିଷୟରେ କହିନଥିଲା I ପୁଣି କିଛି ଦିନ ପରେ  ଗତ ୨୬  ତାରିଖ ଦିନ ଦୁଇଟା ବେଳେ ନିଧିଆର ଦୋକାନକୁ ଆସିଥିଲା ହେଲେ ଦୋକାନରେ ଗ୍ରାହକ ଥିବାରୁ ରାତି  ୯ ଟା ବେଳେ ଆସି ବଳକା ୯ ହଜାର ଟଙ୍କା ଦେବ କହି ପଳେଇ ଥିଲା ଲୁଟେରା I ପାଖରେ ଏତେ ଟଙ୍କା ନ ଥିବାରୁ ଉକ୍ତ ଘଟଣାକୁ ନେଇ ଥାନାରେ ଏଫଆର ଦାୟାର କରିଥିଲା ଦୋକାନୀ I ଏ ନେଇ ନିଧିଆଙ୍କ ଲିଖିତ ଅଭିଯୋଗ ପ୍ରକାରେ  ଦାରିଙ୍ଗବାଡି ଥାନା କେସ ନୋ ୧୨୬/୨୧ ଧାରା ୩୯୨ ଆଇପିସି ଓ ଆର୍ମି ଆକ୍ଟ ୨୫ ଅନୁଯାଇ ଆଇଆଇସିଙ୍କ ନେତୃତ୍ୱରେ ଏସଆଇ ସୌମ୍ୟ ରଞ୍ଜନ ଜେନା ପୁଲିସ ଫୋର୍ସର ଏକ ଦଳ ନେଇ ଅନୁସନ୍ଧାନ କରି ଆସାମୀ ବାପି ପ୍ରଧାନଙ୍କୁ ଗିରଫ କରିବା ସହ ଏକ ପିସ୍ତଲ ଜବତ କରୀ ଥିଲା I ଗିରଫ ପରେ ଡାକ୍ତର ମାଇନା କରି ଗିରଫ ଲୁଟେରାକୁ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I

Leave A Reply

Your email address will not be published.