ଶଶୁରକୁ ଜ୍ୱାଇଁର ହତ୍ୟା ଅଭିଯୋଗ

0

 

ପଦ୍ମପୁର,(Nila Deep)- ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ରେ ଜଣେ ଜ୍ୱାଇଁ ନିଜ ଶଶୁରକୁ ପିଟି ପିଟି  ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ପଦ୍ମପୁର ପୋଲିସର ହସ୍ତଗତ ହୋଇଛି  । ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ବାଜା ପଡାର ହାଡୁ ବେହେରା ଗତ ଏପ୍ରିଲ ୨୪ ତାରିଖ ଦିନ ବୈଦିକ ରିତିନିତି ଅନୁସାରେ ନିଜ ଝିଅ ରୀମା(୧୯)ର ବିବାହ ସେହି ପଡାର ଗୋପାଲ ପାତ୍ର(୨୫) ସହ କରାଇଥିଲେ  । ଅତ୍ୟନ୍ତ ଗରିବ ଶ୍ରେଣୀର ହାଡୁ ବିବାହ ସମୟରେ ନିଜ ଶକ୍ତି ମୁତାବକ ଜାନି ଯୌତୁକ ଦେଇ ଝିଅକୁ ବିଦା କରିଥିଲେ  । କିନ୍ତୁ ବିବାହର ଅଳ୍ପ କିଛି ଦିନ ପରେ ଅଧିକ  ଯୌତୁକ ଦାବୀ କରି ଗୋପାଲ ଓ ତାର ଚାରି ଭଉଣୀ ମିଶି ରୀନା ଉପରେ ମାନସିକ ତଥା ଶାରିରିକ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ  । ଏହି କାରଣରୁ ବିବାହର ମାତ୍ର ୧୮ ଦିନ ପରେ ରୀନା ନିଜ ବାପ ଘରକୁ ଚାଲି ଆସିଥିଲେ ଏବଂ ନିଜ ଶଶୁର ଘରକୁ ଯିବା ପାଇଁ ମନା କରି ଦେଇଥିଲେ  । ଏଥି ଯୋଗୁଁ ପୁର୍ବରୁ ରାଗ ରଖିଥିବା ଗୋପାଲ ଗତ ୧୧ ତାରିଖ ବୁଧବାର ଦିନ ମଦ ନିଶାରେ ଚୁର ହୋଇ ଶଶୁର ହାଡୁ ଘରକୁ ଯାଇଥିଲା ଏବଂ ସେଠାରେ ରୀନା ଏବଂ ହାଡୁକୁ ପିଟାପିଟି କରିବା ସହିତ ଘରର ଆସବାବପତ୍ର ଭଙ୍ଗାଭଙ୍ଗି କରି ପଲାଇ ଆସିଥିଲା  । ପରଦିନ ଅତ୍ୟଧିକ ମାଡ କାରଣରୁ ହାଡୁର ସ୍ୱାସ୍ଥ୍ୟ ଖରାବ ହେବା ପରେ ତାଙ୍କୁ ପ୍ରଥମେ ପଦ୍ମପୁର ଏବଂ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଥିଲା  । କିନ୍ତୁ ଗତ ୧୫ ତାରିଖରେ ବୁର୍ଲାରେ ଚିଲିତ୍ସାଧିନ  ଅବସ୍ଥାରେ ହାଡୁ(୫୩)ର ମୃତ୍ୟୁ ହୋଇ ଯାଇଥିଲା  । ଉକ୍ତ ଘଟଣାକୁ ନେଇ ପଦ୍ମପୁର ପୋଲିସ ତରଫରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଗୋପାଲକୁ ଗିରଫ କରିଛି ଏବଂ ଆସସନ୍ତା କାଳି ତାକୁ ବି·ର ବିଭାଗୀୟ ହାଜକୁ ପଠାଯିବ ବୋଲି ଜଣାପଡିଛି  । ପଦ୍ମପଜର ଥାନା ଏସଆଇ ସୌମ୍ୟରଂଜନ ପାତ୍ର ଘଟଣାର ତଦନ୍ତ ଜାରି ରଖିଛନ୍ତି  ।
 

 

Leave A Reply

Your email address will not be published.