ରାଉରକେଲା ଇସ୍ପାତ କାରଖାନାରେ ଠିକାଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଅନୁଷ୍ଠିତ 

0

16-07-18-KTS_9524.jpg - 57.53 kB

ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ତାରିଖରେ ଠିକା ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ “ଦକ୍ଷ”ର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆରଏସପିର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୧ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ। 

କାରଖାନାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସୁରକ୍ଷା ଅଭ୍ୟାସ ଗୁଡିକ ସମ୍ପର୍କରେ ସଚେତନ କରାଇବା ତଥା ସେମାନଙ୍କର ଦକ୍ଷତାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ସୁରକ୍ଷା ନିରିକ୍ଷକ,  ବି ଏନ ମିଶ୍ର ଓ ଶ୍ରୀ ଏସ କେ ବିଶ୍ଵାଳ ସାଧାରଣ ସୁରକ୍ଷା ସନ୍ଦର୍ଭରେ ତଥ୍ୟ ଉପସ୍ଥାପନ କରିଥିଲେ । “ଆରଏସପିରେ ଓ ଆରଏସପି ନିମନ୍ତେ କାର୍ଯ୍ୟ କରିବା” ସନ୍ଦର୍ଭରେ ପ୍ଳେଟ ମିଲ ବିଭାଗର ଡ଼ିଜିଏମ,  ଏନ ମହାପାତ୍ର ଏବଂ କୋକ ଓଭେନ ବିଭାଗର ଡ଼ିଜିଏମ  କେ ବେହେରା ଏକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଏଥିରେ ବ୍ୟକ୍ତିଗତ  ବିକାଶ ସାଧନ , ଆନ୍ତଃ କାର୍ମିକ ସମ୍ପର୍କ, ଶୃଙ୍ଖଳା, କାର୍ଯ୍ୟ ପରିବେଶ, ଏସ.ଓ.ପି ଏବଂ ଏସ.ଏମ.ପି, ଦଳଗତ କାର୍ଯ୍ୟ, କଲ୍ୟାଣ ସାଧନ ଏବଂ ବିଭିନ୍ନ ପ୍ରୋତ୍ସାହନ ଯୋଜନା ସମ୍ବନ୍ଧରେ ତଥ୍ୟ ଉପସ୍ଥାପିତ ହୋଇଥିଲା।  ଏଚଆରଡ଼ି ବିଭାଗର ଡ଼ିଜିଏମ ଏଚ ପତି ଓ ସିନିୟର ଇନଷ୍ଟ୍ରକ୍ଟର,  ଏଚ ସି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  

 

 

 

Leave A Reply

Your email address will not be published.