ନୃଶଂସ ଭାବେ ମହିଳା ଙ୍କୁ ହତ୍ୟା 

0 1

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ) : ଧାରୁଆ ମାରଣାସ୍ତ୍ର ରେ ମହିଳା ଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳା ଙ୍କ ମୁଣ୍ଡ କୁ ଛେଚି ହତ୍ୟା. ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ. ପର କିୟା ପ୍ରୀତି ସନ୍ଦେହ ରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀ କୁ ମାରିଥିବା ସନ୍ଦେହ କରାଯାଉଛି. ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡା ଦେଇ ଗ୍ରାମର ଗୋବିନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ ଛବି ଲତା ଏକାକୀ ରହୁଥିଲେ. ତାଙ୍କର ଦୁଇ ପୁଅ ବାହାର ରାଜ୍ୟରେ ଘରୋଇ କମ୍ପାନୀ ରେ ରହି କାମ କରୁଛନ୍ତି. କିନ୍ତୁ ଗତକାଲି ରାତିରେ କୌଣସି ଘଟଣା କୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିବା ପରେ ସ୍ୱାମୀ କୁରାଢ଼ୀ ରେ ସ୍ତ୍ରୀ ର ମୁଣ୍ଡକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି.  ସ୍ତ୍ରୀ ର ମୃତ ଶରୀର ଘର ଭିତରେ ପଡ଼ିଥିବା ବେଳେ ପରକିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି.  ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ପୋଲିସ ତଦନ୍ତ ପରେ ଏହି ଅମାନୁଷିକ ହତ୍ୟା ଘଟଣା ର ସ୍ପଷ୍ଟ ସୂଚନା ଆସିବ

Leave A Reply

Your email address will not be published.